Odisha Link
Bridging the Missing Links in Odisha

ନିଆରା ବିବାହ: ସାମାଜିକ ଦୂରତା ମାନି ବାଡ଼ି ସାହାଯ୍ୟରେ ଫୁଲମାଳ ପିନ୍ଧିଲେ ବରକନ୍ୟା

ଭୋପାଳ: ମହାମାରୀ କରୋନା ଭାଇରସ୍‌ ଓ ଲକ୍‌ଡାଉନ୍‌ ମଧ୍ୟରେ ହେଲା ବାହାଘର। ନିଆରା ଶୈଳୀରେ ବିବାହ ହେଲେ ବରକନ୍ୟା। ଯାହାର ଏକ ଭିଡିଓ ସୋଶିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭାଇରାଲ ଭିଡିଓଟିରେ ବରକନ୍ୟା ସାମାଜିକ ଦ୍ବରତ୍ବକୁ ନଜରରେ ରଖି ଏକ ବାଡ଼ି ସାହାଯ୍ୟରେ ଫୁଲମାଳ ପିନ୍ଧାଉଥିବା ଦେଖିବାକୁ ମିଳିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭୋପାଳର ଧାର ଜିଲ୍ଲା କୁକ୍ଷୀ ତହସିଲ ଅନ୍ତର୍ଗତ ଟେକି ପଞ୍ଚାୟତର।

ଟେକି ପଞ୍ଚାୟତର ନିବାସୀ ସରକାରୀ ଶିକ୍ଷକ ଜଗଦୀଶ ମଣ୍ଡଲୋଇ ନିଆରା ଶୈଳୀରେନିଜ ଝିଅ ବାହାଘର କରିଛନ୍ତି। ସେଥିପାଇଁ ସେ ଏବେ ଚର୍ଚ୍ଚାରେ। ବିବାହ କାର୍ଡରେ ଛାପା ଯାଇଥିବା ଧାର୍ଯ୍ୟ ତାରିଖ ମୁତାବକ, ଜଗଦୀଶଙ୍କ ଝିଅ ଭାରତୀଙ୍କ ବିବାହ ଅମଝେରା ନିବାସୀ ଡା. କରଣ ସିଂ ନିଗମଙ୍କ ପୁଅ ଡା. ରାଜେଶ ନିଗମଙ୍କ ସହିତ ୨୬ଏପ୍ରିଲରେ ହୋଇଥିଲା।

ଗାଁରେ ଥିବା ଏକ ହନୁମାନ ମନ୍ଦିରରେ ଅଳ୍ପ କିଛି ଅତିଥିଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଥିଲା। କିନ୍ତୁ ଏହାପୂର୍ବରୁ ପୂରା ମନ୍ଦିର ପରିସରକୁ ସାନିଟାଇଜ କରାଯାଇଥିଲା। ବରକନ୍ୟା ପରସ୍ପରଠାରୁ ୧ ମିଟର ଦୂରତାରେ ଛିଡ଼ାହୋଇ ମାଳା ପିନ୍ଧା ପିନ୍ଧି ହୋଇଥିଲେ। ବିବାହ ପରେ ଅତିଥିମାନେ ନିଜ ହାତକୁ ସାବୁନରେ ଧୋଇ ବରକନ୍ୟାଙ୍କୁ ଆଶୀର୍ବାଦ ଦେଇଥିଲେ। ଏହି ଅବସରକୁ ମନେ ରଖିବା ପାଇଁ ନବଦମ୍ପତି ମନ୍ଦିର ପରିସରରେ ଚାରା ରୋପଣ କରିଥିଲେ।

https://www.facebook.com/OdishaLink/videos/571624976811686/

Comments are closed.