Odisha Link
Bridging the Missing Links in Odisha

କରୋନା: ରାଜ୍ୟରେ ଆଉ ୬ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଉ ୬ କରୋନା ପଜିଟିଭ ଚିହ୍ନଟ। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୯ ଜଣରେ ପହଁଞ୍ଚିଛି। ୬ ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରର ୪ଜଣ ଓ ଭଦ୍ରକର ୨ଜଣ ବୋଲି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ କଲ୍ୟାଣ ବିଭାଗ।

୪ ଆକ୍ରାନ୍ତଙ୍କୁ ମିଶାଇ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୫୨ରେ ପହଞ୍ଚିଛି। ସେହିପରି ଭଦ୍ରକର ଉଭୟଙ୍କ ଘର ବାସୁଦେବପୁର, ଏମାନେ କୋଲକାତା ଫେରନ୍ତା। ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ଏଥିସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୯ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୬୦ଜଣ ସୁସ୍ଥ ହୋଇଥିଲେବି ୧୦୮ ଆକ୍ଟିଭ୍ କେଶ ରହିଛି।

ଯାଜପୁରରେ ରାଜ୍ୟର ସର୍ବାଧିକ ସଂକ୍ରମିତଙ୍କ ସଂଖ୍ୟା ରହିଛି। ଏଠାରେ ୫୧ ଆକ୍ଟିଭ କେଶ ରହିଥିବା ବେଳେ ଏମାନେ ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ଭଦ୍ରକରେ ୧୨ ଆକ୍ଟିଭ କେଶ ରହିଛି। ଆଜି ସକାଳେ ଜଣେ କରୋନା ଆକ୍ରାନ୍ତ ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଥିଲେ।

Comments are closed.