Odisha Link
Bridging the Missing Links in Odisha

ଭଲ ଖବର: କାଲିଠୁ ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ

ପୁରୀ: ରଥଯାତ୍ରା ହେବ ନା ନାଇଁ ଲାଗି ରହିଥିବା କଳ୍ପନାଜଳ୍ପନା ଶେଷରେ ଅନ୍ତ ଘଟିଛି। ଆଜି ରଥ ନିର୍ମାଣ ପ୍ରସଙ୍ଗରେ ପୁରୀ ଗଜପତି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି ଯେ ରଥଯାତ୍ରାର ୨ମାସ ପୂର୍ବରୁ ରଥ ନିର୍ମାଣ ହୋଇଥାଏ। ଚଳତବର୍ଷ କରୋନା ପାଇଁ ରଥ ନିର୍ମାଣରେ ବିଳମ୍ବ ହୋଇଛି। ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ କାର୍ଯ୍ୟ କରାଯିବ। ରଥ ନିର୍ମାଣ କାମ ଏକ ଧାର୍ମିକ ପର୍ବ ନୁହେଁ ବରଂ ରଥ ପ୍ରତିଷ୍ଠା କାର୍ଯ୍ୟକ୍ରମ ଏକ ଧାର୍ମିକ କାର୍ଯ୍ୟକ୍ରମ ବୋଲି ଗଜପତି କହିଛନ୍ତି। ୩ଟି ଜୋନରେ ନିର୍ମାଣ କାମ ପାଇଁ ଅନୁମତି ସରକାର ଦେଇଛନ୍ତି। ପୁରୀ ଜିଲ୍ଲା ଗ୍ରୀନ ଜୋନରେ ଥିବାରୁ ରଥ ନିର୍ମାଣ କାମ ହୋଇପାରିବ।

ଏହାସହ ସେ ଆହୁରି କହିଛନ୍ତି ଯେ, ରଥ ଖଳା ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ଗଜପତି କହିଛନ୍ତି। କେନ୍ଦ୍ରର ଗାଇଡ଼ଲାଇନ ଅନୁଯାୟୀ ରାଜ୍ୟକୁ ଜଣାଇବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାରଙ୍କ ଠାରେ କମିଟି ନିଜ ଦାବି ରଖିବ। ରଥ ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଛି କିନ୍ତୁ ଆରମ୍ଭ କଲେ ହୋଇଯିବ। ସରକାର ପରିସ୍ଥିତିକୁ ଦେଖି ଯାହା ଯାହା ନିଷ୍ପତ୍ତି ନେବେ ଆମେ ତାହା ଗ୍ରହଣ କରିବୁ ବୋଲି ଗଜପତି କହିଛନ୍ତି।

ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ସମସ୍ତେ ଦ୍ୱନ୍ଦ୍ୱରେ ଥିବାବେଳେ ଆଜି ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଆଯାଇଛଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ଆସନ୍ତାକାଲିଠୁ ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ। ପ୍ରଥମେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉ, ପରେ ରଥଯାତ୍ରା ହେବ ନା ନାହିଁ ନିଷ୍ପତ୍ତି ହେବ ବୋଲି ବୈଠକ ପରେ ପରିଚାଳନା କମିଟି ସଦସ୍ୟଙ୍କ ସୂଚନା ଦେଇଛନ୍ତି।

Comments are closed.