Odisha Link
Bridging the Missing Links in Odisha

ରାଜ୍ୟରେ ଗଡ଼ିବନି ବସ୍

ଭୁବନେଶ୍ବର: ମେ ୧୭ ଯାଏ ସାରା ଦେଶରେ ଲାଗୁ ହୋଇଛି ଲକ୍‌ଡାଉନ୍‌ ୩.୦। ହେଲେ ଳକ୍‌ଡାଉନ୍‌ର ୩ୟ ପର୍ଯ୍ୟାୟରେ କିଛି କଟକଣା କୋହଳ ହୋଇଛି। ଗ୍ରୀନ ଜୋନରେ ବସ୍‌ ଚାଲିବା ନେଇ ନିଷ୍ପତ୍ତି ନେିଛନ୍ତି କେନ୍ଦ୍ର ସରକାର। ବସ୍ ଚଳାଚଳ ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିଲେ ମଧ୍ୟ ବସ୍ ନ ଚଳାଇବାକୁ ଘରୋଇ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛି।

ଘରୋଇ ବସ୍ ମାଲିକ ସଂଘ ନିଜର ପୂର୍ବ ଜିଦରେ ଅଟଳ ରହିଛି। ୫୦ ପ୍ରତିଶତ ଯାତ୍ରୀରେ ବସ୍ ଚଳାଚଳ ପାଇଁ ଅନୁମତି ମିଳିଥିବାରୁ ଏହି ସର୍ତ୍ତରେ ରାଜି ହେଉ ନାହାନ୍ତି ବସ୍ ମାଲିକ। ବସ୍ ଚଳାଚଳ ପାଇଁ ଅନୁମତି ମିଳିଥିଲେ ହେଁ ଏହା ସମ୍ଭବ ନୁହେଁ। କାରଣ ନୂଆ ଗାଇଡ଼ଲାଇନ୍ ଅନୁସାରେ ଗାଡ଼ି ଚଳାଚଳ ହେବା ଦ୍ୱାରା ଅନେକ କ୍ଷତି ସହିବାକୁ ପଡ଼ିବ। ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ କମ୍ ସଂଖ୍ୟାର ଯାତ୍ରୀଙ୍କୁ ନେଇ ବସ୍ ଚଳାଇବା ସମ୍ଭବ ନୁହେଁ ବୋଲି ଘରୋଇ ବସ୍ ମାଲିକ ସଂଘ ରୋକଠୋକ୍ ଶୁଣାଇ ଦେଇଥିଲା।

ରାଜ୍ୟର ଗ୍ରିନ ଜୋନରେ ଥିବା ଅନୁଗୁଳ, ବରଗଡ, ବୌଦ୍ଧ, ସମ୍ବଲପୁର, ଗଜପତି, ଜଗତସିଂହପୁର, କନ୍ଧମାଳ, ମାଲକାନଗିର, ମୟୁରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା, ସୋନପୁର, କଟକ ଏବଂ ପୁରୀରେ ବସ୍ ଚଳାଚଳ କରିପାରିବ ବୋଲି ନିଷ୍ପତ୍ତି ହୋଇଥିଲା। ଗୋଟିଏ ଗ୍ରିନ୍ ଜୋନ୍ ଜିଲ୍ଲାରୁ ଆଉ ଗୋଟିଏ ଗ୍ରିନ୍ ଜୋନ୍ ଜିଲ୍ଲାକୁ ଯାଇପାରିବ ବସ୍। ତେବେ, ଆନ୍ତଜିଲ୍ଲାଗୁଡ଼ିକ ପାଇଁ ଚଳାଚଳ କରୁଥିବା ଯାତ୍ରୀବାହୀ ବସର ରୁଟ୍ ମଧ୍ୟରେ କୌଣସି ରେଡ୍ କିମ୍ବା ଅରେଞ୍ଜ ଜିଲ୍ଲା ନ ଥିବା ବୋଲି ସ୍ପଷ୍ଟ କରିଥିଲେ ସ୍ୱତନ୍ତ୍ର ରିଲିଫ କମିସନର୍।

ତେବେ ପୂର୍ବରୁ ମଧ୍ୟ ୫୦ ପ୍ରତିଶତ ଲୋକଙ୍କୁ ନେଇ ବସ ଚଳାଇବାକୁ ସରକାର କହିଥିଲେ। ସରକାରଙ୍କ ନିଷ୍ପତ୍ତି କ୍ରମେ କ୍ଷତି ହେଉଥିବାରୁ ଏଥିରେ ରାଜି ହୋଇନଥିଲେ ଘରୋଇ ବସ୍ ମାଲିକ ସଂଘ।

Comments are closed.