Odisha Link
Bridging the Missing Links in Odisha

ମଦ ପରେ ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ

ନୂଆଦିଲ୍ଲୀ: ମଦ ପରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କଲେ ଦିଲ୍ଲୀ ସରକାର। ଦିଲ୍ଲୀ ସରକାର ପେଟ୍ରୋଲ ଓ ଡିଡେଲରେ ଲାଗୁଥିବା ଭ୍ୟାଟ ବୃଦ୍ଧି କରିଛନ୍ତି। ଫଳରେ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି।

ଦିଲ୍ଲୀ ସରକାର ପେଟ୍ରୋଲରେ ୨୭% ରୁ ୩୦% କୁ ଭ୍ୟାଟ ବୃଦ୍ଧି କରିଛନ୍ତି। ସେହିପରି ଡିଜଲରେ ୧୬.୭୫% ରୁ ୩୦% ପ୍ରତିଶତକୁ ବୃଦ୍ଧି କରିଛନ୍ତି। ଯାହାଫଳରେ ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଟ୧.୬୭ ପଇସା ବୃଦ୍ଧି ହୋଇଥିବା ବେଳେ ଡିିଜେଲ ଲିଟର ପିଛା ଟ ୭.୧୦ ପଇସା ବୃଦ୍ଧି ପାଇଛି।

ତୈଳ କମ୍ପାନୀଗୁଡ଼ିକ ସହିତ ଜଡ଼ିତ ସୂଚନା ଅନୁଯାୟୀ, ଦିଲ୍ଲୀରେ ବର୍ତ୍ତମାନ ୧ ଲିଟର ପେଟ୍ରାଲର ଦାମ ଟ ୭୧.୨୬ ପଇସା ହେବ। ଯହା ପୂର୍ବରୁ ଟ ୬୯.୫୯ ପଇସା ଥିଲା। ସେହିପରି ଡିଜେଲ ଲିଟର ପିଛା ଟ ୬୯.୩୯ ପଇସା ହେବ। ଯାହାକି ପୂର୍ବରୁ ଲିଟର ପିଛା ଟ ୬୨.୨୯ ପଇସା ଥିଲା।

Comments are closed.