Odisha Link
Bridging the Missing Links in Odisha

ରାଜ୍ୟରେ ଏବେ ଖୋଲିବନି ମଦ ଦୋକାନ

ଭୁବନେଶ୍ବର: ସାରା ଦେଶରେ ଲାଗୁ ହୋଇଛି ଲକ୍‌ଡାଉନ୍‌ ୩.୦। ଏହି ପର୍ଯ୍ୟାୟରେ କୋହଳ ହୋଇଛି କଟକଣା। ସବୁଠୁ ବଡ଼ କଥା ହେଲା ଦେଶରେ ମଦ ଦୋକାନ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ହେଲେ ରାଜ୍ୟରେ ଖୋଲିବ ନାହିଁ ମଦ ଦୋକାନ। କାରଣ ଏ ଯାଏ ରାଜ୍ୟ ସରକାରଙ୍କ ପକ୍ଷରୁ ମଦ ଦୋକାନ ଖୋଲା ନେଇ କୌଣସି ନିଷ୍ପତ୍ତି ନେଇ ନାହାନ୍ତି।

ବର୍ତ୍ତମାନ ସମୟରେ ରାଜ୍ୟରେ ଖୋଲିବ ନାହିଁ ମଦ ଦୋକାନ। ବାହା ରାଜ୍ୟରେ ମଦ ଦୋକାନ ଖୋଲିବା ସ୍ଥିତି ଉପରେ ନଜର ରଖିଛନ୍ତି ସରକାର। ଖୁବ ଶୀଘ୍ର ଅବକାରୀ ବିଭାଗର ନିର୍ଦ୍ଦେଶନାମା ଜାରି ହେବ। ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଦିନେ ଦୁଇ ଦିନ ଭିତରେ ଏହା ଉପରେ ନିଷ୍ପତି ନିଆଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ।

Comments are closed.