Odisha Link
Bridging the Missing Links in Odisha

‘ଜ୍ଞାନ ମନ୍ଦିର’ରେ ମଦର ଭଣ୍ଡାର, ବହି ଦୋକାନୀଙ୍କୁ ଉଠାଇ ନେଲା ପୋଲିସ୍

ନୟାଗଡ଼: ବହି ଦୋକାନ ଭିତରେ ମଦ ବେପାର। କହିବାକୁ ଗଲେ ବହି ଦୋକାନ ପାଲଟିଛି ମଦର ଭଣ୍ଡାର। ଏକଥା ଆପଣଙ୍କୁ ଶୁଣିବାକୁ ଭଲ ଲାଗୁ ନଥିବ କି ବିଶ୍ବାସ ମଧ୍ୟ ହେଉନଥିବ। ହେଲେ ଏଭଳି ଏକ ଖବର ଆସିଛି ନୟାଗଡ଼ ଜିଲ୍ଲା ଇଟାମାଟିରେ।

ମହାମାରୀ କରୋନା ଭାଇରସ୍‌ ପାଇଁ ସାରା ଦେଶ ଲକ୍‌ଡାଉନ୍। ଏଥିପାଇଁ ଜାରି ହୋଇଛି ବହୁ କଟକଣା। ହେଲେ ସରକାରଙ୍କ ଦ୍ବାରା ଜାରି ହୋଇଥିବା କଟକଣାକୁ ଫୁ କରୁଛନ୍ତି ଅମାନିଆ। ଲକ୍‌ଡାଉନ୍ ସମୟରେ ବେଧଡ଼କ ଚାଲିଛି ମଦ ବେପାର। ଏପରକି ବହି ଦୋକାନରେ ବିକ୍ରି ହେଉଛି ମଦ। ନୟାଗଡ଼ ଜିଲ୍ଲା ଇଟାମାଟିରେ ଏଭଳି ଚାଲିଛି ବେଧଡ଼କ ମଦ ବେପାର।

ଇଟାମାଟି ଥାନାଠାରୁ ୫୦ ମିଟର ଦୂରରେ ଅଛି ‘ଜ୍ଞାନ ମନ୍ଦିର’ ନାମକ ଏକ ବହି ଦୋକାନ। ଏହି ବହି ଦୋକାନରେ ବେଧଡ଼କ ଚାଲିଥିଲା ମଦ ବେପାର। ଗଣମାଧ୍ୟମରେ ଏନେଇ ଖବର ପ୍ରସାରିତ ହେବା ଫଳରେ ସ୍ଥାନୀୟ ପୋଲିସ୍‌ ଉକ୍ତ ବହି ଦେକାନୀ ବୁବୁ ସାହୁ ଓରଫ ଅଭିଜିତକୁ ଉଠାଇ ନେଇଥିବା ସୂଚନା ରହିଛି।

ମିଳିଥିବା ସୂଚନା ମୁତାବିକ ନିଜ ମନ ପସନ୍ଦର ବ୍ରାଣ୍ଡ ଅର୍ଡର ଦେଇ ନେଉଥିଲେ ଗ୍ରାହକ। ଗଣମାଧ୍ୟମରେ ପ୍ରସାରରିତ ହେୁଥିବା ଭିଡିଓଟିରେ ଉକ୍ତ ଦୋକାନୀ ଜଣକ ଜଣେ ଗ୍ରାହକଙ୍କୁ କହୁଥିଲେ ଯେ, ଯେତେ ଚାହିଁବ ସେତେ ମିଳିବ। ପେଟି ପେଟି ବି ମିଳିବ। ହେଲେ ତମେ ସନ୍ଧ୍ୟା ୭ର ସକାଳ ୬ ମଧ୍ୟରେ ଆସ। ଦିନ ବେଳା ଆସିଲେ ତମକୁ ଅସୁବିଧା ମୋତେ ଦେବାକୁ ଅସୁବିଧା। ବୋତଲକୁ ୧୨୦ ଟଙ୍କା ଦରରେ ବିକ୍ରି ହେଉଥିବା ସେ କହିଛନ୍ତି।

ସୂଚନାଥାୁକି, ସାରା ଦେଶରେ ଲାଗୁ ହୋଇଛି ଲକ୍‌ଡାଉନ୍‌ ୩.୦। ଏହି ପର୍ଯ୍ୟାୟରେ କୋହଳ ହୋଇଛି କଟକଣା। ସବୁଠୁ ବଡ଼ କଥା ହେଲା ଦେଶରେ ମଦ ଦୋକାନ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ହେଲେ ରାଜ୍ୟରେ ଖୋଲିବ ନାହିଁ ମଦ ଦୋକାନ। କାରଣ ଏ ଯାଏ ରାଜ୍ୟ ସରକାରଙ୍କ ପକ୍ଷରୁ ମଦ ଦୋକାନ ଖୋଲା ନେଇ କୌଣସି ନିଷ୍ପତ୍ତି ନେଇ ନାହାନ୍ତି।

ବର୍ତ୍ତମାନ ସମୟରେ ରାଜ୍ୟରେ ଖୋଲିବ ନାହିଁ ମଦ ଦୋକାନ। ବାହା ରାଜ୍ୟରେ ମଦ ଦୋକାନ ଖୋଲିବା ସ୍ଥିତି ଉପରେ ନଜର ରଖିଛନ୍ତି ସରକାର। ଖୁବ ଶୀଘ୍ର ଅବକାରୀ ବିଭାଗର ନିର୍ଦ୍ଦେଶନାମା ଜାରି ହେବ। ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଦିନେ ଦୁଇ ଦିନ ଭିତରେ ଏହା ଉପରେ ନିଷ୍ପତି ନିଆଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ।

Comments are closed.