Odisha Link
Bridging the Missing Links in Odisha

ଦିନକରେ ୭ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ। ଆକ୍ରାନ୍ତ ଜଣକ ଯାଜପୁରର ୫୮ ବର୍ଷୀୟ ପୁରୁଷ ଏବଂ କଲିକତା ଫେରନ୍ତା ବୋଲି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୬ରେ ପହଁଞ୍ଚିଛି।

ଆଜି ସକାଳେ ଗଞ୍ଜାମରେ ଜଣେ, ଅପରାହ୍ଣରେ ବାଲେଶ୍ୱରରୁ ୩ଜଣ, କଟକରୁ ଜଣେ, ସୁନ୍ଦରଗଡ଼ ଜଣେ ପଜିଟିଭଙ୍କୁ ମିଶାଇ ଦିନକରେ ସମୁଦାୟ ୭ଜଣ ପଜିଟିଭ ଚିହ୍ନଟ ହୋଇସାରିଛନ୍ତି।

ରାଜ୍ୟରେ ବର୍ତ୍ତମାନ ଆକ୍ରାନ୍ତ ସଂଖ୍ୟା ୧୭୬ରେ ପହଞ୍ଚିଥିବାବେଳେ ୬୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏବେବି ରାଜ୍ୟରେ ୧୧୫ ଆକ୍ଟିଭ କେଶ ରହିଛି। ଏମାନେ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅପରପକ୍ଷେ ଜଣଙ୍କର ମୃତ୍ୟୁ ହୋଇଛି।

ବର୍ତ୍ତମାନ ରାଜର ଜିଲ୍ଲାୱାରୀ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ଯାଜପୁର- ୫୨, ଖୋର୍ଦ୍ଧା-୪୭, ବାଲେଶ୍ୱର-୨୪, ଭଦ୍ରକ-୨୧, ସୁନ୍ଦରଗଡ଼-୧୨, ଗଞ୍ଜାମ-୩, ବଲାଙ୍ଗୀର-୨, କଟକ-୨, କଳାହାଣ୍ଡି-୨, କେନ୍ଦ୍ରାପଡ଼ା-୨, କେନ୍ଦୁଝର-୨, ଝାରସୁଗୁଡ଼ା-୨, କୋରାପୁଟ-୧, ପୁରୀ-୧, ଢ଼େଙ୍କାନାଳ-୧ ଓ ଦେବଗଡ଼-୧ ।

Comments are closed.