Odisha Link
Bridging the Missing Links in Odisha

ଟିମ୍‌ ଇଣ୍ଡିଆରୁ କିପରି ବାଦ୍‌ ପଡ଼ିଲେ ରାଇନା, ଏମ୍‌ଏସ୍‌କେ ପ୍ରସାଦ କହିଲେ ଏହି କଥା

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମରେ ସ୍ଥାନ ନପାଇ ବାହାରେ ଅଛନ୍ତି ବାମହାତୀ ବ୍ୟାଟସ୍ପମ୍ୟାନ୍‌ ସୁରେଶ ରାଇନା। ୨୦୧୮ ଜୁଲାଇ ମାସ ପରଠାରୁ ଭାରତୀୟ ଦଳରୁ ବାଦ ପଡ଼ିଛନ୍ତି ସୁରେଶ ରାଇନା। କିଛିିଦନ ତଳେ ସୁରେଶ ରାଇନା ୟୁଟ୍ୟୁବ ସୋ ‘ସ୍ପୋର୍ଟସ୍‌ ଟକ୍’ରେ ଭାରତୀୟ ଦଳରେ ଜାଗା ନପାଇବା ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଚୟନକର୍ତ୍ତାଙ୍କୁ ଟାର୍ଗେଟ କରିଥିଲେ। ଯାହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଭାରତୀୟ ଦଳର ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସ୍‌କେ ପ୍ରସାଦ‌।

ସେ କହିଛନ୍ତି ଯେ, ଟିମ୍‌ ଇଣ୍ଡିଆ ବାହାରେ ଥିବା ସୁରେଶ ରାଇନା ରାଷ୍ଟ୍ରୀୟ ଚୟନକର୍ତ୍ତା ସମିତି ତାଙ୍କ ସହିତ କିଛି ଠିକ୍‌ କରି ନାହିଁ ବୋଲି ଭାବୁଥିେବ। ହେଲେ ୨୦୧୮-୨୦୧୯ ମସିହା ଘରୋଇ ସିଜିନରେ ଯେଉଁ ଖେଳ ପ୍ରଦର୍ଶନ କରିଥିଳେ ତାହା ଜାତୀୟ ଦଳକୁ ପତ୍ୟାବର୍ତ୍ତନ କରିବା ପାଇଁ ଯଥେଷ୍ଟ ନଥିଲା।

ଗତ ବର୍ଷ ନେଦରଲ୍ୟାଣ୍ଡରେ ଆଣ୍ଠୁ ଅସ୍ତ୍ରୋପଚାର କରିଥିବା ରାଇନା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ପକ୍ଷରୁ ଆଇପିଏଲ ଖେଳି ଜାତୀୟ ଦଳକୁ ଫେରିବାକୁ ଚାହୁଁଥିଲେ। ହେଲେ କରୋନା ଭାଇରସ୍‌ ପାଇଁ ବର୍ତ୍ତମାନ ଲିଗ୍ ସ୍ଥଗିତ ରଖାଯାଇଛି। ପ୍ରସାଦ କହିଛନ୍ତି, ‘ଭିଭିଏସ୍ ଲକ୍ଷ୍ମଣ ୧୯୯୯ ରେ ଭାରତୀୟ ଟେଷ୍ଟ ଦଳରୁ ବାଦ ପଡ଼ିଥିଲେ ଏବଂ ପରେ ସେ ଘରୋଇ କ୍ରିକେଟରେ ୧୪୦୦ ରନ୍ ସଂଗ୍ରହ କରିଥିଲେ। ବରିଷ୍ଠ ଖେଳାଳିଙ୍କଠାରୁ ଏହା ଆଶା କରାଯାଏ ବୋଲି ସେ କହିଛନ୍ତି।

ରାଇନା ୨୦୧୮-୧୯ ଘରୋଇ ସିଜିନରେ ପାଞ୍ଚଟି ରଣଜୀ ମ୍ୟାଚ ଖେଳି ୨୪୩ ରନ୍ ସଂଗ୍ରହ କରିଥିଲେ। ସେହିପରି ଆଇପିଏଲ୍ ୨୦୧୯ରେ ସେ ୧୭ଟି ମ୍ୟାଚ ଖେଳି ୩୮୩ ରନ୍ କରିଥିଲେ। ପ୍ରସାଦ କହିଛନ୍ତି ଯେ, ଘରୋଇ କ୍ରିକେଟରେ ରାଇନାଙ୍କ ଉତ୍ତମ ଫର୍ମ ପ୍ରଦର୍ଶନ କରିପାରି ନଥିଲେ। ଅପରପକ୍ଷେ ଯୁବକମାନେ ଚମତ୍କାର ପ୍ରଦର୍ଶନ କରି ଟିମରେ ସ୍ଥାନ ପାଇବା ପାଇଁ ନିଜର ଦାବି ପ୍ରମାଣ କରିଛନ୍ତି।

ପ୍ରସାଦ ଆହୁରି କହିଛନ୍ତି ଯେ, ସେ ନିଜେ ରାଇନାଙ୍କୁ ବହିଷ୍କାର କରିବା ବିଷୟରେ କହିଥିଲେ। ସେ କହିଛନ୍ତି, ‘ମୁଁ ବ୍ୟକ୍ତିଗତ ଭାବେ ତାଙ୍କ ସହିତ କଥାବାର୍ତ୍ତା କରିଥିଲି। ତାଙ୍କୁ ତାଙ୍କ ରୁମକୁ ଡାକି ଟିମ୍‌ ଇଣ୍ଡିଆକୁ ଭବିଷ୍ୟତ ପ୍ରତ୍ୟାବର୍ତ୍ତନ ଆଶା ବିଷୟରେ କହିଥିଲେ। ସେ ସେତେବେଳେ ମୋର ପ୍ରୟାସକୁ ପ୍ରଶଂସା କରିଥିଲେ। ବର୍ତ୍ତମାନ ମୁଁ ତାଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲି ବୋଲି ପ୍ରସାଦ କହିଛନ୍ତି।

ପ୍ରସାଦ କହିଛନ୍ତି ଯେ, ଜାତୀୟ ଦଳରୁ ବାଦ ପଡ଼ିଥିବା ବରିଷ୍ଠ ଖେଳାଳି ମହିନ୍ଦର ଅମରନାଥଙ୍କ ଉଦାହରଣ ଦେଖିବା ଉଚିତ। ଯିଏ ୨୦ ବର୍ଷ କ୍ୟାରିୟରରେ ଦଳରୁ ବହୁଥର ବାଦ ପଡ଼ିଛନ୍ତି ଏବଂ ପ୍ରତ୍ୟାବର୍ତ୍ତନ କରିଛନ୍ତି। । ସେ ଆହୁରି ରାଇନାଙ୍କୁ କହିଛନ୍ତି ଯେ, ‘ତୁମେ ମହିନ୍ଦର ଅମରନାଥଙ୍କୁ ଦେଖ। ଘରୋଇ କ୍ରିକେଟରେ ବହୁତ ଭଲ ପ୍ରଦର୍ଶନ କରି ସେ ଦଳକୁ ପ୍ରତ୍ୟାର୍ତ୍ତନ କରିଥିଲେ।

ଭାରତ ପାଇଁ ୨୨୬ଟି ଦିନିକିଆ ଏବଂ ୭୮ ଟି -୨୦ ମ୍ୟାଚ ଖେଳିଛନ୍ତି ୩୩ ବର୍ଷୀୟ ରାଇନା। ଏଥିସହିତ ଭାରତ ପାଇଁ ୧୮ଟି ଟେଷ୍ଟ ଖେଳିଛନ୍ତି ରାଇନା। ଜୁଲାଇ ୨୦୧୮ ରେ ଇଂଲଣ୍ଡ ବିପକ୍ଷରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ ରାଇନା।

Comments are closed.