Odisha Link
Bridging the Missing Links in Odisha

ସମାଜ ବଦଳିଛି, ବୁଦ୍ଧଙ୍କ ବାର୍ତ୍ତା ନୁହେଁ: ମୋଦି

ନୂଆଦିଲ୍ଲୀ: ସାରା ବିଶ୍ବ ମହମାରୀ କରେନା ଭାଇରସ୍‌ ବିପକ୍ଷରେ ଲଢ଼ୁଛି। ଏହି ସମୟରେ କରୋନା ଯୋଦ୍ଧାମାନଙ୍କୁ ସାରା ବିଶ୍ବ ସଲାମ କରୁଛି। ଏହାରି ମଧ୍ୟରେ ଆଜି ବୁଦ୍ଧ ପୂର୍ଣ୍ଣିମା ଅବସରରେ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯେଉଁଥିରେ ଦୁନିଆର ଅନେକ ବଡ଼ ବଡ଼ ନେତା ଯୋଗ ଦେଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଯେ, ଭଗବାନ ବୁଦ୍ଧ ବିଶ୍ୱକୁ ସେବା ବାର୍ତ୍ତା ଦେଇଛନ୍ତି। ଯେଉଁମାନେ ମାନବିକତାର ସେବା କରନ୍ତି ସେମାନେ ସମ୍ମାନର ପାତ୍ର ଅଟନ୍ତି ଏବଂ ସେମାନଙ୍କୁ ମୋର ପ୍ରଣାମ।

ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସମ୍ବୋଧନରେ କହିଛନ୍ତି ଯେ, ବର୍ତ୍ତମାନ ବିଶ୍ବରେ ପରିସ୍ଥିତି ଭିନ୍ନ। ଦୁନିଆ କଠିନ ସମୟ ଦେଇ ଗତି କରୁଛି। ତୁମ ମଧ୍ୟରେ ରହିବା ମୋର ସୈଭାଗ୍ୟ, କିନ୍ତୁ ସାମ୍ପ୍ରତିକ ପରିସ୍ଥିତି ଏହାକୁ ଅନୁମତି ଦିଏ ନାହିଁ। ବୁଦ୍ଧଙ୍କ ପଦକ୍ଷେପ ଅନୁସରଣ କରି ଭାରତ ଆଜି ବିଶ୍ୱକୁ ସାହାଯ୍ୟ କରୁଛି। ଏହା ଦେଶରେ ହେଉ କିମ୍ବା ବିଦେଶରେ, ଲାଭ ଏବଂ କ୍ଷତି ଏହି ସମୟ ମଧ୍ୟରେ ଦେଖାଯାଉନାହିଁ । କୌଣସି ସ୍ୱାର୍ଥପରତା ବିନା ଭାରତ ବିଶ୍ୱ ସହିତ ଛିଡା ହୋଇଛି। ଆମକୁ ନିଜକୁ, ଆମ ପରିବାରକୁ ଏବଂ ଅନ୍ୟମାନଙ୍କୁ ସୁରକ୍ଷା ଦେବାକୁ ପଡିବ। ସଙ୍କଟ ସମୟରେ ସମସ୍ତଙ୍କୁ ସାହାଯ୍ୟ କରିବା ହେଉଛି ସମସ୍ତଙ୍କର ଧର୍ମ। ଆମର କାର୍ଯ୍ୟ ନିରନ୍ତର ସେବା ହେବା ଉଚିତ୍। ଅନ୍ୟମାନଙ୍କ ପ୍ରତି ଦୟାଭାବ ରହିବା ଜରୁରୀ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ବୁଦ୍ଧ କେବଳ ଗୋଟିଏ ପରିସ୍ଥିତିରେ ସୀମିତ ନୁହଁନ୍ତି। ମାନବିକତାକୁ ସାହାଯ୍ୟ କରିବା ପାଇଁ ସେ ସମସ୍ତଙ୍କୁ ଏକ ବାର୍ତ୍ତା ଦିଅନ୍ତି । ଆଜି ଅବଶ୍ୟ ସମାଜର ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି, କିନ୍ତୁ ବୁଦ୍ଧଙ୍କ ବାର୍ତ୍ତା ଆଜି ମଧ୍ୟ ସମାନ ରହିଛି। ଆମ ସମସ୍ତଙ୍କ ଜୀବନରେ ତାଙ୍କର ଏକ ବିଶେଷ ସ୍ଥାନ ଅଛି।

Comments are closed.