Odisha Link
Bridging the Missing Links in Odisha

କରୋନା: ୧୧୧ ଗୁଜରାଟ ଫେରନ୍ତା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଆଜି ସୁଦ୍ଧା ୨୯୪ ଜଣ କରୋନା ଆକ୍ରାନ୍ତ ମିଳିଥିବା ବେଳେ ଏମାନଙ୍କ ମଧ୍ୟରୁ ୧୧୧ ଜଣ ଗୁଜରାଟ ଫେରନ୍ତା ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ମାତ୍ର ୭ ଦିନ ମଧ୍ୟରେ ରାଜ୍ୟରେ ୧୧୧ ଜଣ ଗୁଜରାଟ ଫେରନ୍ତା ଆକ୍ରାନ୍ତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ କେବଳ ଗଞ୍ଜାମରେ ହେଉଛନ୍ତି ୮୭ ଜଣ।

ମେ’ ୩ ତାରିଖରେ ପ୍ରଥମେ ଗଞ୍ଜାମ ଜିଲ୍ଲାରେ ୨ ଜଣ ସୁରତ ଫେରନ୍ତା କରୋନା ଆକ୍ରାନ୍ତ ବୋଲି ଜଣା ପଡ଼ିଥିବା ବେଳେ ସେହି ଜିଲ୍ଲାରୁ ମେ’ ୫ ଓ ୬ ତାରିଖରେ ଆଉ ଦୁଇଜଣଙ୍କର ରିପୋର୍ଟ ପଜିଟିଭ ଆସିଛି। ମେ’ ୭ ତାରିଖରେ ଗଞ୍ଜାମରୁ ଆଉ ୨୪ ଜଣ ଗୁଜରାଟ ଫେରନ୍ତା କରୋନା ଆକ୍ରାନ୍ତ ହୋଇଥିବା ମେ’ ୮ରେ ଜିଲ୍ଲାରେ ୪୧ ଜଣ ଆକ୍ରାନ୍ତ ହୋଇଥିଲେ। ଆଜି (ମେ ୯) ରାଜ୍ୟରେ ୨୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୩ ଜଣ ଗୁଜରାଟ ଫେରନ୍ତା ଓ ,ମାନଙ୍କ ମଧ୍ୟରୁ ୧୮ ଜଣ ହେଉଛନ୍ତି ଗଞ୍ଜାମ ଜିଲ୍ଲାର। ଗଞ୍ଜାମ ସମେତ ରାଜ୍ୟର ୮ଟି ଜିଲ୍ଲାରେ ଗୁଜରାଟ ଫେରନ୍ତା କରୋନା ଆକ୍ରାନ୍ତ ମିଳିଛନ୍ତି।

୯ ମେ ୨୦୨୦ ସୁଦ୍ଧା ଗୁଜରାଟ ଫେରନ୍ତା କରୋନା ଆକ୍ରାନ୍ତ
ଗଞ୍ଜାମ ୮୭
ଜଗତସିଂହପୁର ୫
କେନ୍ଦ୍ରାପଡ଼ା ୫
ଭଦ୍ରକ ୪
ମୟୁରଭଞ୍ଜ ୭
କଟକ ୧
ବାଲେଶ୍ବର ୧
ନୟାଗଡ଼ ୧

Comments are closed.