କରୋନା: ୩ ଦିନରେ ୧୦୦ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: କିଛି ଘଣ୍ଟା ପୂର୍ବରୁ ଆଜି ୧୪ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ପୁଣି ଏବେ ଆଉ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୭ରେ ପହଁଞ୍ଚିଛି।
ଏବେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ୩ ଜଣ ମୟୂରଭଞ୍ଜ ଜିଲ୍ଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟରୁ ଜଣାପଡ଼ିଛି। ଫଳରେ ମୟୂରଭଞ୍ଜ ଜିଲ୍ଲାରେ ୭ରେ ପହଁଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ବର୍ତ୍ତମାନ ୫୬,୩୨୨ଟି ସ୍ୟାମ୍ପୁଲ ଟେଷ୍ଟ କରାଯାଇଛି।
ଏଥିସହିତ ରାଜ୍ୟରେ ୩ ଦିନରେ ୧୦୦ ଛୁଇଁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ମେ ୭ରେ-୩୪, ମେ ୮ରେ-୫୧ , ଏବଂ ଆଜି ମେ ୯ ସକାଳ ସୁଦ୍ଧା ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋିଛନ୍ତି। ଏବେ ସୁଦ୍ଧା ୩ ଦିନରେ ୧୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୭ରେ ପହଁଞ୍ଚିଛି। ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷେ ୨୨୨ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।