Odisha Link
Bridging the Missing Links in Odisha

ଭାରତ: ୧୦୦ ଦିନରେ କରୋନା

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ପାଇଁ ସାରା ବିଶ୍ବ ଚିନ୍ତାରେ। ସାରା ବିଶ୍ବ ଦେଖୁଛି ଏହି ଭାଇରସ୍‌ର କରାଳ ରୂପ। ଏଥିସହିତ ଭାରତରେ ୧୦୦ ଦିନରେ ଛୁଇଁଛି ମହାମାରୀ କରୋନା ଭାଇରସ୍‌ ସଂକ୍ରମଣ।

ଜାନୁଆରୀ ୩୦ ତାରିଖରେ ଜଣେ ଡାକ୍ତରୀ ଛାତ୍ର ଚୀନର ୱୁହାନରୁ କେରଳର ତୃସୁର ଫେରି ଥିଲେେ। ସେ ସେଠାରୁ ଫେରି ଜ୍ୱର ଏବଂ ଗଳା ଫୁଲିଥିବାର କହିଥିଲେ। ଏବଂ ଏହି ଛାତ୍ର SARS-Cov2 ପାଇଁ ପଜିଟିଭ୍ ପରୀକ୍ଷା କରିଥିଲେ। ଏହା ଥିଲା ଭାରତର ପ୍ରଥମ ଇଣ୍ଡେକ୍ସ କେସ୍। ସେହି ଦିନଠାରୁ କୋଭିଡ-୧୯ ବା କରୋନା ଭାଇରସ୍‌ ଦେଶରେ ଜୀବନ ବଦଳାଇ ଦେଇଛି। ବର୍ତ୍ତମାନ ଏହା ଏକ ଚିନ୍ତାର ବିଷୟ ଯେ ଦେଶ ଏପର୍ଯ୍ୟନ୍ତ ଏହି ମହାମାରୀର ଭୟାବହତା ଦେଖିବା ବାକି ରହିଛି।

ଦେଶରେ ପ୍ରଥମ କରୋନା ମାମଲା ଆସିବା ପରେ ୩୦ ଦିନ ପର୍ଯ୍ୟନ୍ତ କରୋନା ଆକ୍ରାନ୍ତ ଚିହ୍ନଟ କମ୍‌ ଥିଲା। ୩୦ ଦିନ ପରେ ଦେଶରେ ଦିନକୁ ଦିନ ବଢ଼ି ଚାଲିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ପ୍ରଥମ ୫୦ ଦିନରେ ଭାରତରେ ୨୦୦ରୁ କମ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥିଲା। ଏପ୍ରିଲ ମାସର ଆରମ୍ଭରୁ ଦେଶରେ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲା। ସେହିପରି ମେ ମାସ ଆରମ୍ଭରୁ ପ୍ରତ୍ୟେକ ଦିନ ଦେଶରେ ୨ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯାହା ଦେଶ ପାଇଁ ଚିନ୍ତାଜନକ ବିଷୟ ପାଲଟିଛି।

ଭାରତରେ ଏହି ମହାମାରୀ ୧୦୦ ଦିନରେ ପହଁଞ୍ଚିଥିବା ବେଳେ ଆମେରିକା ଓ ବ୍ରିଟେନ୍‌ ତୁଳନାରେ ସଂକ୍ରମଣ ହାର କମ୍‌ ଦେଖିବାକୁ ମିିଳିଛି। ଆମେରିକାରେ ପ୍ରଥମ କରୋନା ରୋଗୀ ଜାନୁଆରୀ ୨୧ରେ ଚିହ୍ନଟ ହୋଇଥିଲେ। ଫେବୃଆରୀ ପ୍ରଥମ ସପ୍ତାହ ବେଳକୁ ଆମେରିକାରେ ୬୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ମାର୍ଚ୍ଚ ଶେଷ ବେଳକୁ ଏହି ସଂଖ୍ୟା ୨ ଲକ୍ଷରୁ ଉର୍ଦ୍ଧ୍ବ ହୋଇଥିଲା। ଆମେରିକାରେ ମହାମାରୀର ୧୦୦ ଦିନ ସୁଦ୍ଧା ୧୦ ଲକ୍ଷରୁ ଉର୍ଦ୍ଧ୍ବ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଥିଲେେ।

ସେହିପରି ବ୍ରିଟନରେ ଜାନୁଆରୀ ୩୧ରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଫେବୃଆରୀ ମାସ ଶେଷ ସୁଦ୍ଧା ବ୍ରିଟେନରେ ୨୩ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଯାହା ମାର୍ଚ୍ଚ ଶେଷ ସୁଦ୍ଧା ୨୫ ହଜାରରୁ ଉର୍ଦ୍ଧ୍ବ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ମେ ୭ ପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଭାରତରେ ମେ ମାସ ଆରମ୍ଭରେ ହିଁ ମହାମାରୀ କରୋନା ଭାଇରସର କରାଳ ରୂପ ଦେଖିବାକୁ ମିଳିଛି। ବର୍ତ୍ତମାନ ସମୟରେ ଆମେରିକା ଓ ବ୍ରିଟେନ୍‌ ତୁଳନାରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହା ଦେଶ ପାଇଁ ଚିନ୍ତାର ବିଷୟ ପାଲଟିଛି।

Comments are closed.