Odisha Link
Bridging the Missing Links in Odisha

କରୋନା ପାଇଁ ସମର୍ପିତ ରାଜ୍ୟର ସର୍ବବୃହତ୍ତ କୋଭିଡ୍‌ ହସ୍ପିଟାଲ

ଭୁବନେଶ୍ୱର: ମହାମାରୀ କରୋନା ସଂକ୍ରମଣର ଚିକିତ୍ସା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦ୍ୱାରା ଏଠାରେ ଆରମ୍ଭ ହୋଇଥିବା ରାଜ୍ୟର ବୃହତମ କୋଭିଡ-୧୯ ହସ୍ପିଟାଲ “ସମ୍ କୋଭିଡ ହସ୍ପିଟାଲ୍” ସମେତ ଅନ୍ୟ ଦୁଇଟି ଅତ୍ୟାଧୁନିକ ହସ୍ପିଟାଲ୍ ଏବେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବେଶ ପ୍ରସିଦ୍ଧି ଲାଭ କରିଛି।

ସୋଆ ଦ୍ବାରା ପ୍ରତିଷ୍ଠିତ ୫୨୫ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲଟି କେବଳ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ହୋଇଥିବା ବେଳେ ଅନ୍ୟ ଦୁଇଟି ହସ୍ପିଟାଲ୍ ମଧ୍ୟ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ରାଜ୍ୟରେ ବେଶ୍‌ ଆଦୃତ ହୋଇଛି। ଏନ୍‌ଆଇଆର୍‌ଏଫ ର‌୍ୟାଙ୍କିଙ୍ଗ୍‌ରେ ୨୧ ତମ ସ୍ଥାନ ହାସଲ କରିଥିବା ସୋଆରା ଶୈକ୍ଷିକ ଡାକ୍ତରଖାନା “ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍” ଉଭୟ ଚିକିତ୍ସା ବିଜ୍ଞାନ ଶିକ୍ଷାଦାନ ଓ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ସୁନାମ ଅର୍ଜନ କରିଛି। ସେହିପରି ନିକଟରେ ଉଦ୍‌ଘାଟିତ ହୋଇଥିବା ସୋଆର ଅତ୍ୟାଧୁନିକ ଚିକିତ୍ସାଳୟ “ସମ୍ ଅଲ୍ଟିମେଟ ମେଡିକେୟାର” ମଧ୍ୟ ଭୁବନେଶ୍ବରରେ ବିଶ୍ବସ୍ତରୀୟ ଚିକିତ୍ସା ପ୍ରଦାନରେ ଏକ ଆଲୋକବର୍ତ୍ତିକା ଭାବେ ଉଭା ହୋଇଛି।

ତିନୋଟି ହସ୍ପିଟାଲ୍ ରାଜଧାନୀର ଭିନ୍ନ ଭିନ୍ନ ସ୍ଥାନରେ ଥାଇ ଜନସାଧାରଣଙ୍କୁ ଉତମମାନର ସ୍ୱାସ୍ଥ୍ୟସେବା ପ୍ରଦାନ କରୁଛନ୍ତି। ତିନୋଟି ହସ୍ପିଟାଲ୍‌ରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ପୃଥକ ପୃଥକ ଭାବେ ଡାକ୍ତର ଏବଂ ଅନ୍ୟାନ୍ୟ କର୍ମଚାରୀ ନିୟୋଜିତ ଅଛନ୍ତି। କୋଭିଡ ହସ୍ପିଟାଲ୍ ବ୍ୟତିତ ସମ୍ କିମ୍ବା ସମ୍ ଅଲ୍ଟିମେଟ ମେଡିକେୟାରରେ କରୋନା ସଂକ୍ରମିତ ହୋଇଥିବା କୌଣସି ରୋଗୀଙ୍କୁ ଚିକିତ୍ସା କରାଯାଉ ନାହିଁ। ଉଭୟ ସାଧାରଣ ଓ ଗୁରୁତର ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଏହି ଦୁଇ ହସ୍ପିଟାଲ ୨୪ ଘଣ୍ଟା ସେବା ଯୋଗାଇ ଆସୁଛି।

ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହୋଇଥିବା ସମ୍ କୋଭିଡ ହସ୍ପିଟାଲ୍‌ର ୫୦୦ ବାତାନୁକୁଳିତ ଶଯ୍ୟା ରହିଥିବା ବେଳେ ୨୫ଟି ଆଇସିୟୁ ଶଯ୍ୟା ରହିଛି। ସେହିପରି ସୋଆ ପକ୍ଷରୁ ତାଳଚେରରେ ମଧ୍ୟ ୧୫୬ ଶଯ୍ୟା ବିଶିଷ୍ଟ ଏବଂ କେନ୍ଦ୍ରାପଡ଼ାରେ ୧୧୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ଆରମ୍ଭ କରାଯାଇଛି। ଭୁବନେଶ୍ୱର ଏବଂ ତାଳଚେରରେ ମହାନଦୀ କୋଲଫିଲ୍ଡସ ଲିମିଟେଡ(ଏମ୍‌ସିଏଲ୍‌)ର ସହଭାଗିତାରେ କୋଭିଡ୍ ହସ୍ପିଟାଲ୍ ଆରମ୍ଭ କରାଯାଇଥିବା ବେଳେ କେନ୍ଦ୍ରାପଡ଼ାରେ ରାଜ୍ୟ ସରକାରଙ୍କ ସହଭାଗିତାରେ କୋଭିଡ ହସ୍ପିଟାଲ୍ କାର୍ଯ୍ୟକ୍ଷମ କରାଯାଇଛି। ଏ ନେଇ ସୋଆ, ଏମ୍‌ସିଏଲ୍ ଏବଂ ରାଜ୍ୟସରକାରଙ୍କ ମଧ୍ୟରେ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି।

ସୋଆ ଦ୍ବାରା ପ୍ରତିଷ୍ଠିତ ସମସ୍ତ କୋଭିଡ୍‌ ହସ୍ପିଟାଲ୍‌ରେ ସମ୍ ହସ୍ପିଟାଲ୍ ପକ୍ଷରୁ ଅଭିଜ୍ଞ ଡାକ୍ତର, ନର୍ସ ଓ ପାରାମେଡିକାଲ୍ ଷ୍ଟାଫ୍ ଯୋଗାଇ ଦିଆଯାଇଛି।

Comments are closed.