Odisha Link
Bridging the Missing Links in Odisha

ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୩୧ ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟ ପାଇଁ ବଡ଼ ଖବର। ରାଜ୍ୟରେ ଆଉ ୩୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସମସ୍ତ ସୁସ୍ଥ ଯାଜପୁର ଜିଲ୍ଲାର। ଫଳରେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧୦୦ ଟପିଛି। ରାଜ୍ୟରେ ବର୍ତ୍ତମାନ ସୁସ୍ଥଙ୍କ ସଂଖ୍ୟା ୧୧୬ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ସୂଚନା ରହିଛି।

ରାଜ୍ୟରେ ବର୍ତ୍ତମାନ ୪୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୩୧୮ ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.