Odisha Link
Bridging the Missing Links in Odisha

ରଥ ନିର୍ମାଣ କାର୍ଯ୍ୟ ୨୨ ସୁଦ୍ଧା ସାର: ହାଇକୋର୍ଟ

ଭୁବନେଶ୍ୱର: ବହୁ କଳ୍ପନା ଜଳ୍ପନା ପରେ କରୋନା ଭାଇରସ୍‌ ଓ ଲକ୍‌ଡାଉନ୍‌ ମଧ୍ୟରେ ଆରମ୍ଭ ହୋଇଛି ରଥ କାର୍ଯ୍ୟ। ବିଳମ୍ବରେ ହେଉ ପଛେ ରଥ କାମ ଆରମ୍ଭ ହୋଇ ଆଗେଇ ଚାଲିଛି। ରଥ କାମରେ ନିୟୋଜିତ ମହାରଣାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ଓ ସେଠାରେ ସାମାଜିକ ଦୂରତ୍ୱ ରଖାଯାଇ ରଥ କାର୍ଯ୍ୟ କରାଯାଉଛି। ତେବେ ଜୁନ ୨୨ ସୁଦ୍ଧା ରଥ ନିର୍ମାଣ କାମ ସାରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ରଥ ନିର୍ମାଣ ସମ୍ପର୍କିତ ଦାୟର ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ତେବେ ରଥ ନିର୍ମାଣ କାର୍ଯ୍ୟ ଜୋରଦାର ହେଉଥିବା ଏଜି ହାଇକୋର୍ଟଙ୍କୁ ଜଣାଇଛନ୍ତି । ୨୨ ସୁଦ୍ଧା ନିର୍ମାଣ କାମ ସରି ଯିବ ବୋଲି ଏଜି କୋର୍ଟଙ୍କୁ ଜଣାଇଛନ୍ତି ।

ରଥଯାତ୍ରା ହେବ ନା ନାହିଁ ତାହା ଆଜି ଯାଏଁ ସ୍ପଷ୍ଟ ହୋଇନାହିଁ। କିନ୍ତୁ କେନ୍ଦ୍ର ଗୃହ ମନ୍ତ୍ରାଳୟଙ୍କ ସବୁଜ ସଂକେତ ପରେ ସେବାୟତମାନେ ରଥ ନିର୍ମାଣ କାମ ଜାରି ରଖିଛନ୍ତି । ରଥ ଖଳାକୁ ଧଳା କପଡାରେ ଢାଙ୍କି, ବ୍ୟାରିକେଡ୍‌ କରି ରଥକାମ ସୁରୁଖୁରୁରେ ଆଗେଇ ଚାଲିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ରଥଖଳା ଠାରୁ ୨ଶହ ମିିଟର ଯାଏଁ ନିଷେଧାଞ୍ଚଳ ଘୋଷଣା କରାଯାଇଛି। ମହାରଣା ସେବାୟତ, ଭୋଇ ସେବାୟତ ଓ କମାର ସେବାୟତ ସେମାନଙ୍କ ରଥ ନିର୍ମାଣ କାର୍ୟ୍ୟକୁ ଯେମିତି ଜାରି ରଖିବା କଥା ସେମିତି ଜାରି ରଖିଛନ୍ତି।

Comments are closed.