Odisha Link
Bridging the Missing Links in Odisha

ସିଲ୍‌ ହେଲା ବାପୁଜୀ ନଗର ମାର୍କେଟ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ବର ସ୍ଥିତ ବାପୁଜୀ ନଗର ମାର୍କେଟକୁ ସିଲ କରାଯାଇଛି। ଅନିର୍ଦ୍ଧିଷ୍ଟ କାଳ ପାଇଁ ବାପୁଜୀ ନଗର ମାର୍କେଟକୁ ସିଲ କରାଯାଇଛି। ଜରୁରୀ ସାମଗ୍ରୀ ଦୋକାନ ଛାଡ଼ି ବାକି ସବୁ ଦୋକାନ ବନ୍ଦ ରହିବ। ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ବାପୁଜୀ ନଗର ମାର୍କେଟକୁ ସିଲ କରାଯାଇଥିବା ବିଏମସି ଜୋନାଲ ଡେପୁଟୀ କମିଶନର ଅଂଶୁମାନ ରଥ ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ୩.୦ ଲକଡାଉନ ଘୋଷଣା ପରେ ଦୋକାନ ବଜାର ଖୋଲିବା ଉପରେ ଥିବା କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଥିଲା। ହେଲେ ସାମାଜିକ ଦୂରତାକୁ ଗୁରୁତ୍ବ ଦେବାକୁ ଦୋକାନୀଙ୍କୁ କହିଥିଲେ ସରକାର। ହେଲେ ବାପୁଜୀ ନଗରରେ ସାମାଜିକ ଦୂରତା ଉଲଂଘନ ହେଉଥିବାର ଦେଖିବାକୁ ମିଳିଥିଲା। ଏହି ପରିପ୍ରେକ୍ଷୀରେ ରାଜଧାନୀସ୍ଥ ବାପୁଜୀ ନଗର ମାର୍କେଟକୁ ସିଲ୍‌ କରିଛି ବିଏମସି।

Comments are closed.