ଚିକାଗୋରୁ ଭୁବନେଶ୍ୱର ଆସିବ ବିମାନ

ଭୁବନେଶ୍ୱର: ଆମେରିକାର ଚିକାଗୋ ସହରରୁ ଭୁବନେଶ୍ୱର ଆସିବ ବିମାନ। ବନ୍ଦେ ଭାରତ ମିଶନ-୨ରେ ଏୟାର ଇଣ୍ଡିଆ ବିମାନ ଚିକାଗୋ ସହରରୁ ଭୁବନେଶ୍ୱର ଆସିବ। ଆମେରିକାରେ ଫସିଥିବା ଭାରତୀୟଙ୍କୁ ଆଣି ଏହି ବିମାନ ଆସିବ । ମେ ୧୬ରୁ ୨୨ ମଧ୍ୟରେ ଏହି ବିମାନ ଆସିବାକୁ ଥିବାବେଳେ ନିର୍ଦ୍ଧିଷ୍ଟ କେଉଁ ଦିନ ଆସିବ ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ଚିକାଗୋରୁ ଦିଲ୍ଲୀ ଦେଇ ଏକ ସ୍ୱତନ୍ତ୍ର ବିମାନ ଭୁବନେଶ୍ୱର ଆସିବ। ଅନ୍ୟପକ୍ଷରେ ୧୯ରେ ଦୁବାଇରୁ ଓ ୨୦ରେ କ୍ୱାଲାଲୁମ୍ପୁରରୁ ବିମାନ ଭୁବନେଶ୍ୱର ଆସିବ ବୋଲି ଜଣାଯାଇଛି।
ପ୍ରକାଶ ଯେ, ବିଦେଶରେ ଫସିଥିବା ଭାରତୀୟମାନଙ୍କୁ ଦେଶକୁ ବିମାନ ଓ ଜାହାଜରେ ଆଣିବା ଲାଗି କେନ୍ଦ୍ର ସରକାର ବନେ୍ଦ ଭାରତ ମିଶନ ଆରମ୍ଭ କରିଛନ୍ତି। ଏହି ମିଶନର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ୧୬ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ୩୧ଟି ଦେଶରୁ ଏହି ସମୟରେ ପ୍ରବାସୀଙ୍କୁ ଦେଶକୁ ଅଣାଯିବ। ମୋଟ ୧୧୪ଟି ବିମାନ ଏହି କାର୍ଯ୍ୟ କରିବ ବୋଲି ଜଣାଯାଇଛି।