Odisha Link
Bridging the Missing Links in Odisha

ନୟାଗଡ଼: ଆଉ ୭ ଚିହ୍ନଟ, ସମସ୍ତ ଆକ୍ରାନ୍ତ ଗୁଜୁରାଟ ଫେରନ୍ତା

ନୟାଗଡ଼: ଆଜି ରାଜ୍ୟର ୧୦ଟି ଜିଲ୍ଲାରୁ ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ବର୍ତ୍ତମାନ ୧୬୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ନୟାଗଡ଼ ଜିଲ୍ଲାରୁ ଆଉ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ୫୭ରେ ପହଁଞ୍ଚିଛି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା।

ଆଜି ଚିହ୍ନଟ ହୋଇଥିବା ୭ ଆକ୍ରାନ୍ତ ଗୁଜୁରାଟ ଫେରନ୍ତା ଏବଂ ସମସ୍ତ ଆକ୍ରାନ୍ତ କ୍ବାରାଣ୍ଟିନ୍‌ ସେଣ୍ଟରରେ ଥିବାନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିିବାର କଲ୍ୟାଣ ବିଭାଗ। ଆଜି ନୟାଗଡ଼ର ରଣପୁର ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଣିଆ ବ୍ଲକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଜିଲ୍ଲାରେ ଚିହ୍ନଟ ହୋଇଥିବା ୫୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୬ଜଣ ସୁସ୍ଥ ହୋଇଥିବା ବେଳେ ୫୧ ଜଣ ଆକ୍ରାନ୍ତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଅପରପକ୍ଷେ ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାରୁ ୧୧ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁବର୍ଣ୍ଣପୁରରୁ ୪, ବଲାଙ୍ଗୀର, ସମ୍ବଲପୁର ଓ ଜଗତସିଂହପୁର ଜିଲ୍ଲାରୁ ୨ ଜଣ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି କେନ୍ଦୁଝର ଓ ବରଗଡ ଜିଲ୍ଳାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ମୋଟ ୧୬୬୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ୮୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୭ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ବର୍ତ୍ତମାନ ୮୪୧ ଜଣ ସକ୍ରିୟ ଆକ୍ରାନ୍ତ ଥିବାବେଳେ ସମସ୍ତେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.