Odisha Link
Bridging the Missing Links in Odisha

ବଡ଼ ଧରଣର ଆତଙ୍କୀ ଷଡଯନ୍ତ୍ରକୁ ବିଫଳ କଲା ସୁରକ୍ଷା ବାହିନୀ

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରରେ ପୁଲୱାମା ଭଳି ଏକ ବଡ ଧରଣର ଆତଙ୍କୀ ଆକ୍ରମଣ ଷଡଯନ୍ତ୍ରକୁ ବିଫଳ କରିଛି ସୁରକ୍ଷା ବାହିନୀ। ଜାମ୍ମୁ କାଶ୍ମୀରର ରାଜପୋରା ଅଞ୍ଚଳରୁ ଏକ କାରରୁ ବିପୁଳ ପରିମାଣର ‘ଆଇଡି’ ବୋମା ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଗୁରୁବାର ଜାମ୍ମୁ କାଶ୍ମୀରର ରାଜପୋରା ଅଞ୍ଚଳରରେ ସେନା ବାହିନୀ ପୁଲୱାମା ପୁଲିସ ଓ ସିଆରଏଫ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏକ ସାଣ୍ଟ୍ରୋ କାରରୁ ବିପୁଳ ପରିମାଣର ’ଆଇଡି’ (ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ ଉପକରଣ) ଊଦ୍ଧାର କରିଥିଲେ। ପରେ ଉକ୍ତ କାରରେ ଥିବା ବୋମାକୁ ବୋମା ନିଷ୍କ୍ରୟକାରୀ ଦଳ ଏହି ବୋମାକୁ ଠିକ୍ ସମୟରେ ନିଷ୍କ୍ରିୟ କରିଦେଇଛନ୍ତି।

କୁହାଯାଉଛି ଯେ ପୁଲୱାମା ପୁଲିସ, ସିଆରପିଏଫ ଓ ସେନାର କରୁଥିବା ମିଳିତ ସର୍ଚ୍ଚ ଅପରେସନ ସମୟରେ ରାଜପୋରା ରୋଡରେ ଆତଙ୍କବାଦୀ ସଙ୍ଗଠନ ହିଜବୁଲ ମୁଜାହିଦ୍ଦିନର ଜଣେ ଆତଙ୍କବାଦୀ ଏହି କାରଟିକୁ ଚଳାଇ ଆସୁଥିଲେ। ସନ୍ଦେହ ହେବାରୁ ସର୍ଚ୍ଚ ଅପରେସନ କରୁଥିବା ପୁଲୱାମା ପୁଲିସ, ସିଆରପିଏଫ ଓ ସେନା ଗାଡିଟିକୁ ଅଟକାଇ ବାକୁ ଚେଷ୍ଟା କରିଥିଲେ। ଏହାପରେ ଆତଙ୍କବାଦୀ ସୁରକ୍ଷା ବାହିନୀ ଉପରୁକୁ ଗୁଳି ଚଳାଇଥିଲେ। ସୁରକ୍ଷା ବାହିନୀ ମଧ୍ୟ କାର ଉପରକୁ ଗୁଳି ଚଳାଇଥିଲେ। ଯାହା ଫଳରେ ଆତଙ୍କବାଦୀ ରାସ୍ତାରେ କାରକୁ ଛାଡି ଅନ୍ଧାରରେ ପଳାଇ ଯାଇଥିଲା। ସୁରକ୍ଷା ବାହିନୀ କାରକୁ ଯାଞ୍ଚ କରିବାକୁ ଏଥିରେ ବିପୁଳ ପରିମାଣର ଆଇଡି ବୋମା ରହିଥିବା ଦେଖିବାକୁ ପାଇଥିଲା। ଏହାପରେ ତୁରନ୍ତ ଘଟଣା ସ୍ଥଳକୁ ବୋମା ନିଷ୍କ୍ରୟକାରୀ ଦଳକୁ ଡକା ଯିବା ସହ ବୋମାକୁ ନିଷ୍କ୍ରିୟ କରାଯାଇଥିଲା।

ଅନୁସନ୍ଧାନରୁ ଜଣାପଡିଛି ଯେ ବୋମା ଖଞ୍ଜା ଯାଇଥିବା ଏହି ଧଳା ସାଣ୍ଟ୍ରୋ କାରଟିର ନମ୍ବର ପ୍ଲେଟ ମଧ୍ୟ ନକଲି ବୋଲି ଜଣାପଡିଛି ।ଧଳା ସାଣ୍ଟ୍ରୋ କାରରେ ଦୁଇଟି ଚକିଆ ଗାଡିର ନମ୍ବର ପ୍ଲେଟ୍ ଲାଗିଥିଲା, ଯାହା କଠୁଆରେ ପଞ୍ଜିକୃତ ହୋଇଥିଲା ଜ୍ଝ ଜାମ୍ମୁ କାଶ୍ମୀର ପୋଲିସ ବର୍ତ୍ତମାନ ଏହି ଗାଡିର ମାଲିକଙ୍କୁ ଟ୍ରାକ୍ କରିବା ଆରମ୍ଭ କରିଛି।

Comments are closed.