Odisha Link
Bridging the Missing Links in Odisha

ରାଜ୍ୟପାଳ ଗାଇଲେ ରାଜ୍ୟ ସଂଗୀତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଦଳ, ମତ, ପଦବି, ଅଞ୍ଚଳ ଓ ଧର୍ମ ନିର୍ବିଶେଷରେ ବିଶ୍ବସାରା ଓଡ଼ିଆ ମେ’ ୩୦ ସଂଧ୍ୟାରେ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଗନେଇ ଓଡ଼ିଶାର ରାଜ୍ୟସଂଗୀତ ଗାନ କରିଛନ୍ତି।

ଗତକାଲି ସଂଧ୍ୟାରେ ରାଜଭବନ ପ୍ରାଙ୍ଗଣରେ ‘ବନ୍ଦେ ଉତ୍କଳ ଜନନୀ’ ଗାୟନ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ରାଜ୍ୟପାଳଙ୍କ ନେତୃତ୍ବରେ ରାଜଭବନର ସମସ୍ତ ସଦସ୍ୟ ଏକାଠି ହୋଇ ଏହାକୁ ଗାନ କରିଥିଲେ। ରାଜ୍ୟ ସଂଗୀତର ଗୋଟିଏ ଲେଖାଏଁ ମୁଦ୍ରିତ ନକଲ ହାତରେ ଧରି ସମସ୍ତେ ପୂର୍ଣ୍ଣ ସଂଗୀତଟି ଗାନ କରି କରୋନା ଯୋଦ୍ଧାମାନଙ୍କ ପ୍ରତି ଶ୍ରଦ୍ଧା ଓ କୃତଜ୍ଞତା ନିବେଦନ କରିଥିଲେ। ରାଜ୍ୟପାଳନଙ୍କର ପତ୍ନୀ ଓ ପରିବାର ମଧ୍ୟ ଏହି ବୃନ୍ଦଗାନ ବେଳେ ଉପସ୍ଥିତ ଥିଲେ।

https://www.facebook.com/OdishaLink/videos/286035635868449

Comments are closed.