Odisha Link
Bridging the Missing Links in Odisha

କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ: ଇସ୍ତଫା ପ୍ରତ୍ୟାହାର କରିବେ ଜଗନ୍ନାଥ

ଭୁବନେଶ୍ବର: ଇସ୍ତଫା ପତ୍ର ପ୍ରତ୍ୟାହାର କରିବେ ଜଗନ୍ନାଥ ପ୍ରଧାନ। ଗତକାଲି ଜଗନ୍ନାଥ ପ୍ରଧାନ ବିଜେପିରୁ ଇସ୍ତଫା ଦେଇଥିଲେ। ଭୁବନେଶ୍ୱର ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ସେ ଇସ୍ତଫା ଦେଇଥିଲେ। ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ଜଗନ୍ନାଥ ପ୍ରଧାନ ନିଜର ଇସ୍ତଫା ନେଇ ନିଷ୍ପତ୍ତି ବଦଳାଇଥିବା ଜଣାଯାଇଛି।

ଗତକାଲି ରାଜ୍ୟ ବିଜେପି ସଭାପତିଙ୍କୁ ଚିଠି ଲେଖି ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା ଦେଇଥିଲେ। ଦଳପାଇଁ ସମୟ ଦେଇପାରୁନଥିବା ଉଲ୍ଲେଖ କରି ପାର୍ଟି ଛାଡ଼ିଥିଲେ ଜଗନ୍ନାଥ। ତେବେ ଗତ ୨୦୧୯ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ‘ମଧ୍ୟ’ ନିର୍ବାଚନ ମଣ୍ଡଳୀରୁ ଦଳୀୟ ଟିକେଟରେ ଲଢ଼ି ପରାଜିତ ହୋଇଥିଲେ ଜଗନ୍ନାଥ ପ୍ରଧାନ। ଭୁବନେଶ୍ୱରରେ ଯେତେ ବିଜେପି ନେତା ଅଛନ୍ତି ସମସ୍ତଙ୍କ ଠାରୁ ଜଗାଙ୍କ ସାଂଗଠନିକ ଦକ୍ଷତା ବେଶ ସୁଦୃଢ଼ ଥିଲା। ତାଙ୍କର ସାଂଗଠନିକ ଦକ୍ଷତା ପାଇଁ ଅତୀତରେ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ମଧ୍ୟ ବହୁମୂଲ୍ୟ ଦେବାକୁ ପଡ଼ିଥିଲା।

Comments are closed.