Odisha Link
Bridging the Missing Links in Odisha

ଆଜି ଆଉ ୧୩୦ ଚିହ୍ନଟ, ୬୫ ସୁସ୍ଥ

ଭୁବନେଶ୍ବର: ରାଜ୍ୟରେ ଆଜି ୨୧ଟି ଜିଳ୍ଲାରୁ ୧୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮ରେ ପହଁଞ୍ଚିଛି। ଅନ୍ୟପଟେ ରାଜ୍ୟରେ ଆଉ ୬୫ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାାଣ ବିଭାଗ ପଧକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ୧୩୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୪ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରେ ଥିବା ବେଳେ ୬ଜଣ ସ୍ଥାନୀୟ ବାସିନ୍ଦା। ଆଜି କୋରାପୁଟ-୬, ଖୋର୍ଦ୍ଧା-୨୨, ପୁରୀ-୧, ରାୟଗଡା-୧, ଯାଜପୁର-୩, ଜଗତସିଂହପୁର-୧, ଗଜପତି-୭, ମୟୂରଭଞ୍ଜ-୨୨, କଟକ-୨୩, ଅନୁଗୁଳ-୧, ବରଗଡ-୪, ଢେଙ୍କାନାଳ-୨, ବଲାଙ୍ଗୀର-୩, ଭଦ୍ରକ-୪, କେନ୍ଦୁଝର-୨, କନ୍ଧମାଳ-୩, କଳାହାଣ୍ଡି-୩, ଗଞ୍ଜାମ-୧୨, ସୁନ୍ଦରଗଡ-୭, ସୋନପୁର-୧, କେନ୍ଦ୍ରାପଡା-୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ୨୬୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମଧ୍ୟରୁ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪୮୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାହା ରାଜ୍ୟ ପାଇଁ ଏକ ବଡ଼ ଖବର। ଅପରପକ୍ଷେ ରାଜ୍ୟରେ ଏବେବି ୧୧୧୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ଓ ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.