Odisha Link
Bridging the Missing Links in Odisha

କରୋନା: ରାଜ୍ୟରେ ୮ ଛୁଇଁଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ଆଜି ୨୧ଟି ଜିଳ୍ଲାରୁ ୧୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ରାଜ୍ୟରେ ଆଉ ୬୫ ଜଣ ସୁସ୍ଥ ହୋଇଛନ୍ତି। ଏଥିସହିତ ଆଜି ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାାଣ ବିଭାଗ ପଧକ୍ଷରୁ ସୂଚନା ଦିଆଯାଇଛି।

ଖୋର୍ଦ୍ଧାର ଜଣେ ୬୩ ବର୍ଷିୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ସେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ମରିଛନ୍ତି। ମୃତ ବ୍ୟକ୍ତି ଜଣକ ମଧୁମେହ ଅନ୍ୟାନ୍ୟ ଅନ୍ତର୍ନିହିତ ରୋଗର ପୀଡ଼ିତ ଥିଲେ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି।

ବର୍ତ୍ତମାନ ରାଜ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୪ଜଣଙ୍କର ମୃତ୍ୟ ହୋଇଥିବା ବେଳେ ଗଞ୍ଜାମରୁ ୩ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଅପରପକ୍ଷେ କଟକରେ ଜଣଙ୍କର ମୃତ୍ୟୁ ହୋଇଛି।

Comments are closed.