Odisha Link
Bridging the Missing Links in Odisha

ଝାଡ଼ଖଣ୍ଡ ଓ କର୍ଣ୍ଣାଟକରେ ଭୂକମ୍ପ

ନୂଆଦିଲ୍ଲୀ : ଆଜି ସକାଳୁ ସକାଳୁ ଝାଡଖଣ୍ଡ ଏବଂ କର୍ଣ୍ଣାଟକରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି ସକାଳ ୬ଟା ୫୫ମିନିଟ୍ ରେ ଲୋକମାନେ ଭୂକମ୍ପ ଝଟ୍‌କା ଅନୁଭବ କରିଥିଲେ। ଝାଡଖଣ୍ଡର ଜାମସେଦପୁରରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୭ ଥିଲା।

ସେହିପରି କର୍ଣ୍ଣାଟକର ହାମ୍ପିରେ ସମାନ ସମୟରେ ଅର୍ଥାତ୍‌ ସକାଳ ୬ଟା ୫୫ ମିନିଟ୍‌ରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରରେ ଏହାର ତୀବ୍ରତା ୪.୦ ରେକର୍ଡ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଉଭୟ ସ୍ଥାନରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।

ଜୁନ ୩ ତାରିଖରେ ନୋଏଡାରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ଥିଲା। ଗୋଟିଏ ସପ୍ତାହରେ ନୋଏଡାରେ ୨ ଥର ଭୂକମ୍ପ ଅନୁଭୂତ ହୋଇଛି। ଏହା ପୂର୍ବରୁ ଗତ ମେ’ ମାସ ୨୯ ତାରିଖରେ ନୋଏଡାରେ ଭୂକମ୍ପ ଅନୁଭୂତ ହୋଇଥିଲା । ବିଗତ କିଛି ଦିନ ମଧ୍ୟରେ ଦିଲ୍ଲୀ-ଏନସିଆରରେ ଅନେକ ଥର ଭୂକମ୍ପ ଅନୁଭୂତ ହୋଇଛି ।

Comments are closed.