Odisha Link
Bridging the Missing Links in Odisha

ନୟାଗଡ଼: ମଧ୍ୟଖଣ୍ଡର ୩ଟି ସାହିକୁ କଣ୍ଟନେମେଣ୍ଟ ଜୋନ୍‌ ଘୋଷଣା କଲେ ଜିଲ୍ଲାପାଳ

ନୟାଗଡ଼: ଆଜି ରାଜ୍ୟର ୧୭ଟି ଜିଲ୍ଲାରୁ ୧୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ନୟାଗଡ଼ ଜିଲ୍ଲାରୁ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ୯୭ରେ ପହଁଞ୍ଚିଛି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା।

ନୟାଗଡ଼ ଜିଲ୍ଲାରୁ ଆଜି ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩ ଜଣ ଦଶପଲ୍ଲା ବ୍ଲକର ଏବଂ ଅନ୍ୟ ଜଣେ ନୟାଗଡ଼ ବ୍ଲକର ବୋଲି ସୂଚନା ମିଳିଛି। ଦଶପଲ୍ଲା ସଂଗରୋଧ କେନ୍ଦ୍ରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜଣେ ମଧ୍ୟଖଣ୍ଡ ସଂଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଏଥିସହିତ ତୃତୀୟ ବ୍ୟକ୍ତି ସଂଗରୋଧ ମୁକ୍ତ ଏବଂ ମଧ୍ୟଖଣ୍ଡ ମହାନ୍ତିସାହିର ବୋଲି ଜଣାଯାଇଛି। ଏହି ବ୍ୟକ୍ତି ଜଣଙ୍କ ମହିଳା ଏବଂ ସେ ଗତ ୨ ତାରିଖରେ ସଂଗରୋଧ ମୁକ୍ତ ହୋଇଥିଲେ। ମାତ୍ର ତାଙ୍କର ୬ ତାରିଖରେ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେ କରୋନା ସଂଗ୍ରମିତ ବୋଲି ଜଣାଯାଇଛି।

ଏହି ତିନି ଜଣଙ୍କୁ ଗତକାଲି ରାତିରୁ ଭୂବନେଶ୍ୱର କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇ ଥିବା ବେଳେ ଅନ୍ୟ ଜଣେ ନୟାଗଡ଼ ସହର ନିକଟସ୍ଥ ଲେଙ୍କୁଡ଼ିପଡ଼ାର ବୋଲି ଜଣାଯାଇଛି। ଏହି ବ୍ୟକ୍ତି କିଛିଦିନ ତଳେ ହାଇଦ୍ରାବାଦରୁ ଫେରି ଗୃହ ସଂଗରୋଧରେ ରହିଥିଲେ।

ସୂଚନାନୁସାରେ, ମଧ୍ୟଖଣ୍ଡ ମହିଳା ଜଣଙ୍କ ସଂଗରୋଧ ବ୍ୟକ୍ତିଙ୍କ ଅନେକ ବ୍ୟକ୍ତି ସଂସ୍ପର୍ଶରେ ଆସିଛନ୍ତି। ଯାହାକୁ ନେଇ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ମଧ୍ୟଖଣ୍ଡ ଗ୍ରାମ ମହାନ୍ତିସାହି, ଶାସନ ସାହି ଓ ପାଟଣାସାହିକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରିଛନ୍ତି। ଏଥିସହିତ ଗ୍ରାମର ବଡ଼ସାହି, ଡିମିରିସାହି, କାଇମାସାହିକୁ ବଫର ଜୋନ୍ ଘୋଷଣା କରାଯାଇଛି।

Comments are closed.