Odisha Link
Bridging the Missing Links in Odisha

ଓଡ଼ିଶା ଫେରିବେ ବିଜୟ ମହାନ୍ତି

ଭୁବନେଶ୍ୱର: ସୁସ୍ଥ ହେବା ପରେ ଓଡ଼ିଶା ଫେରିବେ ଅଭିନେତା ବିଜୟ ମହାନ୍ତି। ଗୁରୁତର ଅସୁସ୍ଥ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେବାର ୧୫ ଦିନ ପରେ ପରିବାର ସହ ସେ ଓଡ଼ିଶାକୁ ଫେରିବେ ବୋଲି ସୂଚନା ମିଳିଛି। ତେବେ ଘରକୁ ନୁହେଁ, ବରଂ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପୂର୍ବବତ ଚିକିତ୍ସା ଚାଲୁ ରହିବ ବୋଲି ସୂଚନା ରହିଛି।

ଅଭିନେତା ତଥା ବିଜେପି ନେତା ଅଖିଳ କୁମାର ପଟ୍ଟନାୟକଙ୍କ ସୂଚନା ମୁତାବକ, ବିଜୟ ମହାନ୍ତି ଓଡ଼ିଶା ଫେରିବାକୁ ଚାହୁଁଥିବା ସମ୍ବନ୍ଧରେ ପ୍ରଥମେ ସେ ସୂଚନା ପାଇଥିଲେ। ଏହା ପରେ ସେ ବିଜୟଙ୍କ ଝିଅଙ୍କ ସହ ଯୋଗାଯୋଗ କରିଥିଲେ। ସେ ମଧ୍ୟ ବାପା ଓଡ଼ିଶାକୁ ଫେରିବାକୁ ଚାହୁଁଥିବା କହିଥିଲେ। ମାତ୍ର ଏଥିରେ ସମସ୍ୟା ହେବାରୁ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ହସ୍ତକ୍ଷେପ ପରେ ଫେରିବାର ବାଟ ଫିଟିଛି।

ବିଜୟଙ୍କ ଫେରିବା ପାଇଁ ଏକ ଆମ୍ବୁଲାନ୍ସ ବସର ବ୍ୟବସ୍ଥା କରାଯାଇଛି। ସେଥିରେ ଡାକ୍ତର, ନର୍ସ ଓ ଆଇସିୟୁ ବ୍ୟବସ୍ଥା ସହ ତାଙ୍କ ପରିବାର ଫେରିବେ। ଆଦିତ୍ୟ କେୟାର ହସ୍ପିଟାଲ ପକ୍ଷରୁ ଆମ୍ବୁଲାନ୍ସ ବସର ବ୍ୟବସ୍ଥା କରାଯାଇଛି । ୨/୩ ଦିନ ମଧ୍ୟରେ ସେ ଓଡ଼ିଶା ଫେରି ଚିକିତ୍ସିତ ହେବେ।

ଓଡ଼ିଶା ସିନେ କଳାକାର ସଂଘର ସମ୍ପାଦକ ଶ୍ରୀତମ ଦାସ କହିଛନ୍ତି, ବିଜୟ ସାରଙ୍କ ଓଡ଼ିଶା ଫେରିବା ମୋଟାମୋଟି ସ୍ଥିର ହୋଇସାରିଛି। ଏ ସମ୍ପର୍କରେ ସେ ଆଜି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏଠାରେ ବିଜୟ ସାର ନିଜ ଲୋକମାନଙ୍କୁ ଦେଖିବାକୁ ପାଇବେ। ଏହା ହିଁ ତାଙ୍କର ଇଚ୍ଛା।

Comments are closed.