Odisha Link
Bridging the Missing Links in Odisha

ବିଦାୟ ରାଜପୁତ: ପଞ୍ଚଭୂତରେ ଲୀନ ହେଲେ “ସୁଶାନ୍ତ”

ମୁମ୍ବାଇ: ଅଫେରା ରାଇଜରେ ରାଜପୁତ। ପଞ୍ଚଭୂତରେ ଲୀନ ହେଲେ ବଲିଡଉର ଷ୍ଟାଇଲସ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ। ଆଜି ଅପରାହ୍ନରେ ମୁମ୍ବାଇ ଭିଲେପାର୍ଲେସ୍ଥିତ ଶ୍ମଶାନଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବାପରେ ତାଙ୍କ ପରିବାର ଲୋକଙ୍କୁ ମୃତ ଶରୀର ହସ୍ତାନ୍ତର କରାଯାଇଥିଲା।

କରୋନା ପାଇଁ କଟକଣା ରହିଥିଲେ ମଧ୍ୟ ଅନେକ ବଲିଉଡ୍ କଳକାର ଅନ୍ତେଷ୍ଟିକ୍ରିୟାରେ ସାମିଲ ହୋଇଥିଲେ। ବଲିଉଡର ଅନେକ କଳାକାର ମେଡିକାଲରେ ପହଞ୍ଚି ସୁଶାନ୍ତଙ୍କ ଶେଷ ଦର୍ଶନ କରିଥିଲେ। ଏହାପରେ ସୁଶାନ୍ତଙ୍କ ଶରୀରକୁ ଶୋଭାଯାତ୍ରାରେ ଭିର୍ଲେପାର୍ଲେସ୍ଥିତ ଶ୍ମଶାନଘାଟକୁ ନିଆଯାଇଥିଲା।

ସେଠାରେ ଅନେକ ବଲିଉଡ୍ କଳାକାର, ପ୍ରଶଂସକ ଓ ତାଙ୍କ ପରିବାର ଲୋକ ତାଙ୍କୁ ଅନ୍ତିମ ବିଦାୟ ଜଣାଇଥିଲେ। ଅନ୍ତିମ ସଂସ୍କାରରେ ଶ୍ରଦ୍ଧା କାପୁର, ବିବେକ ଓବରୟ, ସୁନିଲ ସେଟ୍ଟି ପ୍ରମୁଖ ଉପସ୍ଥିତ ଥିଲେ। ଝିପି ଝିପି ବର୍ଷା ସତ୍ତ୍ୱେ ସୁଶାନ୍ତଙ୍କ ଶେଷ ଦର୍ଶନ ପାଇଁ ଅନେକ ପ୍ରଶଂସକଙ୍କ ଭିଡ ଜମିଥିଲା।

ସୂଚନାଥାଉକି, ଗତକାଲି ୩୪ ବର୍ଷ ବୟସରେ ବଲିଉଡର ଷ୍ଟାଇଲିସ୍‌ ହିରୋ ସୁଶାନ୍ତ ସିଂ ରାଜପୁତଙ୍କ ପରଲୋକ ହୋଇଛି। ମୁମ୍ବାଇ ସ୍ଥିତ ନିଜ ଘରେ ଆତ୍ମହତ୍ୟା କରି ଜୀବନ ହାରିଛନ୍ତି ସୁଶାନ୍ତ। ଯାହାଫଳରେ ବଲିଡଉରେ ଶୋକର ଛାୟା ଖେଳିଯାଇଛି। ସୁଶାନ୍ତଙ୍କ ବିୟୋଗକୁ ସିନେ ପ୍ରେମୀ ସହଜରେ ଗ୍ରହଣ କରି ପାରୁନାହାନ୍ତିି।

କିଛି ମାସ ତଳେ ଆତ୍ମହତ୍ୟା ବିଫଳତା ଓ ଆତ୍ମବିଶ୍ବାସ ଉପରେ ଆଧାରିତ ଚଳଚ୍ଚିତ୍ର “ଛିଛୋରେ” ରେ ମୁଖ୍ୟ ଭୂମିକା ରେ ଆସି ଦର୍ଶକଙ୍କ ହୃଦୟ ଜିତିଥିବା ଓ ଦର୍ଶକଙ୍କୁ ଆତ୍ମହତ୍ୟା କେବେ ବି ସମାଧାନ ନୁହେଁ ,ସଫଳ ହୁଅ କି ବିଫଳ ଜୀବନ ହିଁ ସବୁ କିଛି ବୋଲି ଶିକ୍ଷା ଦେଇଥିବା ସୁଶାନ୍ତ ନିଜେ ଆତ୍ମହତ୍ୟା କରିବା ସମସ୍ତଙ୍କୁ ବ୍ୟଥିତ କରିଛି। ସୁଶାନ୍ତ ବଲିଉଡରେ ୧୨ଟି ଫିଲ୍ମ କରିଥିଲେ।

ବିହାରର ପୂର୍ଣ୍ଣିୟାରେ ୧୯୮୬ ଜାନୁଆରି ୨୧ ତାରିଖରେ ସୁଶାନ୍ତ ଜନ୍ମଗ୍ରହଣ କରିଥିଲେ। ବାପା ଓ ୪ ବଡ଼ ଭଉଣୀଙ୍କଠୁ ଦୂ‌ରକୁ ଆସି ମୁମ୍ବାଇରେ ରହି ଅଭିନୟ ଜରିଆରେ ସଫଳତାର ସିଡ଼ି ଚଢ଼ୁଥିଲେ। ସୁଶାନ୍ତ ଟିଭି ସୋ’ ‘କିସ ଦେଶ ମେଁ ହୈ ମେରା ଦିଲ୍‌’ରେ ଅଭିନୟ ସହ ପରଦା ଦୁନିଆରେ ପାଦ ଥାପିଥିଲେ।

ଜି-ଟିଭିରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ପବିତ୍ର ରିସ୍ତା’ ତାଙ୍କୁ ପ୍ରସିଦ୍ଧି ଆଣି ଦେଇଥିଲା। ସୁଶାନ୍ତ-ଅଙ୍କିତା ଲୋଖଣ୍ଡେ ଅନ୍‌ସ୍କ୍ରିନ କେମିଷ୍ଟ୍ରି ଲୋକଙ୍କ ଦ୍ବାରା ବେଶ ଆଦୃତ ହୋଇଥିଲା। ସୁଶାନ୍ତଙ୍କ ଏହି ଲୋକପ୍ରିୟତା ତାଙ୍କୁ ବଡ଼ପରଦାରେ ସୁଯୋଗ ଦେଲା। ଏମ.ଏସ ଧୋନି: ଦି ଅନଟୋଲ୍‌ଡ ଷ୍ଟୋରି, କାଇ ପୋ ଚେ, ଡିଟେକ୍ଟିଭ ବ୍ୟୋମକେଶ ବକ୍ସି, ପିକେ, କେଦାରନାଥ, ଛିଛୋରେ ଭଳି ଭଲ ଭଲ‌ ଫିଲ୍ମ ଭେଟି ଦେଇଥିଲେ। ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିବା ‘ଡ୍ରାଇଭ’ରେ ଜାକଲିନ ଫର୍ଣ୍ଣାଡିଜଙ୍କ ବିପକ୍ଷରେ ସେ ଶେଷ ଥର ଲାଗି ଦେଖିବାକୁ ମିଳିଥିଲେ।

Comments are closed.