Odisha Link
Bridging the Missing Links in Odisha

ISI ହେପାଜତରେ ଭାରତୀୟ ଦୂତବାସର ୨ ଅଫିସର!

ନୂଆଦିଲ୍ଲୀ: ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ଦୂତବାସର ୨ ଅଫିସର ସକାଳୁ ନିଖୋଜ ଅଛନ୍ତି। ଜାତୀୟ ଗଣମାଧ୍ୟମ ଏନଡି ଟିଭିରେ ପ୍ରକାଶିତ ଖବର ଅନୁଯାୟୀ, ୨ ନିଖୋଜ ଅଫିସର ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ଅଧୀନରେ ଅଛନ୍ତି।

ଏହା ପୂର୍ବରୁ ସକାଳେ ନିଖୋଜ ହେବାର ଖବର ପ୍ରକାଶ ପାଇଥିଲା। ପାକିସ୍ତାନ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ କର୍ମଚାରୀଙ୍କ ନିଖୋଜ ପ୍ରସଙ୍ଗକୁ ଭାରତ ଉଠାଇଛି। ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ ବୈଦିଶିକ ମନ୍ତ୍ରଣାଳୟ ଏହି ପ୍ରସଙ୍ଗରେ ପାକିସ୍ତାନ ଦୂତଙ୍କୁ ଡକାଇଛି। ସକାଳ ୮ ଟାରୁ ଉଭୟ କର୍ମଚାରୀ ନିଖୋଜ ଥିବା କୁହାଯାଉଛି। ଏପରିକି ନୂଆଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିଶନ କର୍ମଚାରୀଙ୍କୁ ଗୁପ୍ତଚର ବୃତ୍ତି ଅଭିଯୋଗରେ ଭାରତ ସରକାର ବିତାଡ଼ିତ କରିବା ଜବାବରେ ପାକିସ୍ତାନ ଏହା କରିଥିବା କୁହାଯାଉଛି।

ଅପରପକ୍ଷେ ଦୁଇଜଣ କର୍ମଚାରୀଙ୍କୁ ସିଲଭାସେସ ପଲ ଓ ଡି. ବ୍ରହ୍ମଙ୍କୁ ସ୍ଥାନୀୟ ପୁଲିସ ଗିରଫ କରିଥିବା ପାକିସ୍ତାନ ଗଣମାଧ୍ୟମ କହିଛି। ଗାଡ଼ି ଦୁର୍ଘଟଣା ମାମଲାରେ ସେମାନଙ୍କୁ ଗିରଫ କରାଯାଇଥିବା ପାକିସ୍ତାନି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି। ସେମାନେ ଚଳାଉଥିବା ବିଏମଡବ୍ଲୁ ଜଣେ ପଦଚାରୀଙ୍କୁ ଧକ୍କା ଦେବା ପରେ ସ୍ଥାନୀୟ ଲୋକେ ତାଙ୍କୁ ଧରି ପୁଲିସକୁ ଦେଇଥିଲେ।

ସୂଚନାଥାଉକି, ଆଜି ସକାଳ ସାଢେ ୮ଟା ବେଳେ ଏହି ଦୁଇ କର୍ମଚାରୀ ସରକାରୀ କାମରେ ବାହାରକୁ ଯାଇଥିବାବେଳେ ସେମାନେ ନିଜ ଗନ୍ତବ୍ୟ ସ୍ଥାନରେ ପହଞ୍ଚିନଥିଲେ। ସେମାନେ ନିଖୋଜ ହେବା ସମ୍ପର୍କରେ ପାକିସ୍ତାନରେ ଥିବା ଭାରତୀୟ ହାଇକମିଶନର ମୁଖପାତ୍ର ତଥା ପ୍ରଥମ ସଚିବ ଅଖିଳେଶ ସିଂ ସୂଚନା ଦେଇଥିଲେ। ଏହା ଜଣାପଡ଼ିବା ପରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟରେ ହଇଚଇ ସୃଷ୍ଟି ହୋଇଥିଲା।

Comments are closed.