Odisha Link
Bridging the Missing Links in Odisha

ସୁପ୍ରିମକୋର୍ଟଙ୍କ କଠୋର ନିଷ୍ପତ୍ତିକୁ ସ୍ୱୀକାର କରିବାକୁ ପଡ଼ିବ: ସମୀର

ଭୁବନେଶ୍ବର: ସୁପ୍ରିମକୋର୍ଟ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସୁପ୍ରିମକୋର୍ଟଙ୍କ କଠୋର ନିଷ୍ପତ୍ତିକୁ ସ୍ୱୀକାର କରିବାକୁ ପଡ଼ିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଦେଶ କରୋନା ମହାମାରୀର ଏକ ଅଭାବନୀୟ ପରିସ୍ଥିତି ଦେଇ ଗତି କରୁଛି। ମନନମାନିଲେ ବି ରଥଯାତ୍ରା ନେଇ ମାନ୍ୟବର ସୁପ୍ରିମକୋର୍ଟଙ୍କ କଠୋର ନିଷ୍ପତ୍ତିକୁ ସ୍ୱୀକାର କରିବାକୁ ପଡ଼ିବ। ଏହା ବୋଧହୁଏ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଇଚ୍ଛା ବୋଲି ଶ୍ରୀ ମହାନ୍ତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି।

Comments are closed.