Odisha Link
Bridging the Missing Links in Odisha

କରୋନା: ଦିନକରେ ସର୍ବାଧିକ ୩୦୪ ଆକ୍ରାନ୍ତ ଚିହ୍ନଟ, ୨ ମୃତ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ଆଜି ଦିନକରେ ସର୍ବାଧିକ ୩୦୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବେ ବେଳେ ୨ଜଣଙ୍କ ଜୀବନ ଯାଇଛି। ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୧୬୦ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଜପତି ଜିଲ୍ଲାରୁ ସର୍ବାଧିକ ୪୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଗଂଜାମରୁ ୪୦, ଖୋର୍ଧାରୁ ୫, ମାଲକାନଗିରିରୁ ୨, କଟକରୁ ୧୩, ନୟାଗଡରୁ ୩, ଜଗତସିଂହପୁରରୁ ୨୯, ଝାରସୁଗୁଡାରୁ ୨୫, ବାଲେଶ୍ୱରରୁ ୧୭ ,ଢେଙ୍କାନାଳରୁ ୧, ସୋନପୁରରୁ ୪, କନ୍ଧମାଳରୁ ୧୨, ଭଦ୍ରକରୁ ୧୧, ବରଗଡରୁ ୧୪, ଯାଜପୁରରୁ ୨୧, ଗଂଜାମରୁ ୪୦, ପୁରରୁ ୩, ସୁନ୍ଦରଗଡରୁ ୧, ସମ୍ବଲପୁରରୁ ୨, ବଲାଙ୍ଗୀରରୁ ୧, ମୟୁରଭଂଜରୁ ୬ ଏବଂ କେନ୍ଦ୍ରାପଡାରୁ ୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

୨୭୨ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୨ ଜଣ ଲୋକାଲ କେସ୍‌ ସୂଚନା ରହିଛି। ଏମାନଙ୍କ ଭିତରେ ପଶ୍ଚିମବଙ୍ଗରୁ ଅମ୍ଫାନ ବାତ୍ୟାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଫେରିଥିବା ୪୨ଜଣ ଅଗ୍ନିଶମ ଓ ଏନଡିଆରଏଫ୍ ଯବାନ୍ ଥିବାର ସୂଚନା ଦିଆଯାଇଛି।

ମୃତକଙ୍କ ମଧ୍ୟରେ ଜଣେ ବରଗଡ ଜିଲ୍ଲାରୁ ହୋଇଥିବା ବେଳେ ଅନ୍ୟ ଜଣେ ଗଂଜାମର ହୋଇଥିବା ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ତେବେ ବରଗଡ ଜିଲ୍ଲାର ଜଣେ ୭୬ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ଗଂଜାମର ଜଣେ ୪୯ ବର୍ଷୀୟ ବ୍ୟକ୍ତିଙ୍କ କରୋନା ଜନିତ ମୃତ୍ୟୁ ଘଟିଛି। ୭୬ ବର୍ଷୀୟ ବୃଦ୍ଧ ଜଣକ ଡାଇବେଟିସ୍ ରୋଗରେ ମଧ୍ୟ ପୀଡିତ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ସେହିଭଳି ଗଂଜାମର ୪୯ ବର୍ଷୀୟ ମୃତକ ଜଣକ ଏକାଧିକ ରୋଗରେ ପୀଡିତ ଥିବା ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ।

ଆଜିର ୨ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ୧୪ ମୃତକ ମଧ୍ୟରୁ ଗଂଜାମର ୭ ଜଣ, ଭୁବନେଶ୍ୱରର ୩ ଜଣ, ଖୋର୍ଦ୍ଧାର ଜଣେ, କଟକର ଜଣେ, ପୁରୀର ଜଣେ, ବରଗଡର ଜଣେ ଅଛନ୍ତି । ଏବେ ରାଜ୍ୟରେ ମୋଟ୍ ୩୫୩୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୦୭ ରହିଛି।

Comments are closed.