Odisha Link
Bridging the Missing Links in Odisha

ରଥାଯାତ୍ରା ପ୍ରସଙ୍ଗ: କାଲି ଦିନ ୧୧ ଟାରେ ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ସବୁ ନିରାଶା ମଧ୍ୟରେ ନୂଆ ଆଶା ଉଜ୍ଜୀବିତ। ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ନେଇ ନୂଆ ଆଶା ଉଜ୍ଜୀବିତ ହୋଇଛି। ଏପରିକି ବର୍ତ୍ତମାନ ସମୟରେ ମହାପ୍ରଭୁଙ୍କ ରଥଯାତ୍ରା ହେବନାହିଁ, ଏକଥା କେହି କହି ପାରିବେ ନାହିଁ।  ହେଲେ ଏସବୁ ମଧ୍ୟରେ ବଡ଼ ଖବର। ମାନ୍ୟବର ସୁପ୍ରିମକୋର୍ଟ ରଥଯାତ୍ରାକୁ ନେଇ ହୋଇଥିବା ମୋଡିଫିକେସନ ପିଟିସନ ଗ୍ରହଣ କରିଛନ୍ତି। ଯାହା ଜଗନ୍ନାଥ ପ୍ରେମୀଙ୍କୁ ନୂଆ ଆଶା ଦେଖାଇଛି।

ଆସନ୍ତାକାଲି ଦିନ ୧୧ଟାରେ ଜଣିକିଆ ବେଞ୍ଚରେ ହେବ ଶୁଣାଣି। ଭିଡିଓ କନଫରେନ୍ସସିଂ ମାଧ୍ୟମରେ ଭର୍ଚୁଆଲ କୋର୍ଟ ନଂ-୩ରେ ହେବ ଶୁଣାଣି। ରଥଯାତ୍ରା ପୁନର୍ବିଚାର ପାଇଁ ୧୭ଟି ମୋଡିଫିକେସନ ପିଟିସନ ଦାଖଲ ହୋଇଛି।

Comments are closed.