Odisha Link
Bridging the Missing Links in Odisha

କ୍ରମାଗତ ୨୧ ଦିନ ପାଇଁ ଉପର ମୁହାଁ ତେଲ ଦର

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିିଥିବା ବେଳେ ଅନ୍ୟପଟେ ଦେଶରେ ତେଲ ଦର ଉପର ମୁହାଁ। ଯାହାକୁ ନେଇ ଦେଶବାସୀ ଚିନ୍ତିତ। କ୍ରମାଗତ ୨୧ ଦିନ ପାଇଁ ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ପାଇଛି। ଆଜି ପେଟ୍ରୋଲ ଲିଟର ପିଛା ୨୫ ପଇସା ଓ ଡ଼ିଜେଲ ଲିଟର ପିଛା ୨୧ ପଇସା ବୃଦ୍ଧି ପାଇଛି।

୨୧ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୯.୧୨ଟଙ୍କା ଓ ଡ଼ିଜେଲ ୧୧ଟଙ୍କା ବୃଦ୍ଧି ପାଇଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ୩୮ ପଇସା ଓ ଡ଼ିଜେଲ ଦର ୮୦ ଟଙ୍କା ୪୦ ପଇସା ହୋଇଛି। ମୁମ୍ବଇରେ ପେଟ୍ରୋଲ ୮୭ ଟଙ୍କା ୧୪ ପଇସ. ଡ଼ିଜେଲ ୭୮ଟଙ୍କା ୭୧ ପଇସା। ଚେନ୍ନାଇ ଓ କଲକାତାରେ ପେଟ୍ରୋଲ ଯଥାକ୍ରମେ ୮୩.୫୯ ଓ ୮୨.୦୫ ଓ ଡ଼ିଜେଲ ଦର ଲିଟର ପିଛା ୭୭.୬୧ ଓ ୭୫.୫୨ ଟଙ୍କା ରହିଥିବା ସୂଚନା ମିଳିଛି।

Comments are closed.