Odisha Link
Bridging the Missing Links in Odisha

କରୋନା: ଆଉ ୩ ମୃତ, ରାଜ୍ୟରେ ମୋଟ ୨୧

ଭୁବନେଶ୍ବର: ସାରା ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାକୁ ନେଇ ଚିନ୍ତାରେ ରାଜ୍ୟବାସୀ। ଆଜି ୨୬୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କର ଜୀବନ ଚାଲିଯାଇଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୧ରେ ପହଁଞ୍ଚିଛି। ମୃତକ ୩ ଜଣ ଖୋର୍ଦ୍ଧା, ଗଞ୍ଜାମ ଓ କଟକର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗଞ୍ଜାମ ଜିଲ୍ଲାର ୭୫ ବର୍ଷ ବୟସ୍କ ପୁରୁଷ ମୃତ୍ୟୁ ବରଣ କରିଛନ୍ତି। ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ଉଭୟ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡିତ ଥିବା ସୂଚନା ରହିଛି। ଅନ୍ୟପଟେ ଆଉ ଜଣେ ମୃତକ ହେଉଛନ୍ତି କଟକ ଜିଲ୍ଲାର ୬୫ ବର୍ଷ ବୟସ୍କ ପୁରୁଷ। ସେ ଉଚ୍ଚ ରକ୍ତଚାପ ଓ କ୍ରୋନିକ୍ କିଡନି ରୋଗରେ ପୀଡିତ ଥିଲେ।

ସେହିପରି ଆଉ ଜଣେ ମୃତକ ଭୁବନେଶ୍ୱରର ୭୩ ବର୍ଷ ବୟସ୍କ ପୁରୁଷ। ସେ ମଧୁମେହ, ଊଚ୍ଚ ରକ୍ତଚାପ ଓ କିଡନୀ ରୋଗରେ ପୀଡିତ ଥିଲେ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଗଞ୍ଜାମରୁ ସର୍ବାଧିକ ୧୦ ଜଣ ମୃତ୍ୟୁବରଣ କରିଥିବା ବେଳେ ଖୋର୍ଦ୍ଧାରୁ ୫ଜଣ। ସେହିପରି କଟକରୁ ୪ଜଣ ମୃତ୍ୟୁ ବରଣ କରିଥିବା ବେଳେ ପୁରୀ ଓ ବରଗଡ଼ରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି।

Comments are closed.