Odisha Link
Bridging the Missing Links in Odisha

ଆଜ୍ଞାମାଳ ବିଜେ ପରେ ଦକ୍ଷିଣ ମୋଡ଼ ହେଲା ତିନି ରଥ

ପୁରୀ: ଗତକାଲି ରାତିରେ ଅନୁଷ୍ଠିତ ହୋଇଥିଲା ହେରାପଞ୍ଚମୀ ନୀତି। ଅଭିମାନିନୀ ମା ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଶରଧାବାଲିରେ ନନ୍ଦିଘୋଷ ରଥର କାଠ ଭାଙ୍ଗିଲେ। ଏହାପରେ ତିନି ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ବାରକୁ ନିଆଯିବ। ଆଜି ସକାଳୁ ଆଜ୍ଞାମାଳ ବିଜେ ପରେ ତିନି ରଥର ଦକ୍ଷିଣମୋଡ଼ ଆରମ୍ଭ ହୋଇଛି।

ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥର ଦକ୍ଷିଣମୋଡ଼ ହୋଇଛି। ଏହାପରେ ଦର୍ପଦଳନ ଓ ନନ୍ଦିଘୋଷର ଦକ୍ଷିଣମୋଡ଼ ହୋଇଛି। ଅପରପକ୍ଷେ ପ୍ରଥମେ ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣାଯାଉଛି। ପରେ ତାଳଧ୍ୱଜ ଓ ଶେଷରେ ନନ୍ଦିଘୋଷ ରଥ ଟଣାଯିବ। ଗୋଟିଏ ପରେ ଗୋଟିଏ ରଥକୁ ନାକଚଣା ଦ୍ୱାର ନିକଟକୁ ନିଆଯିବ।

Comments are closed.