କରୋନା: ସୁସ୍ଥ ହେଲେ ୨୨୯ ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ଅନ୍ୟପଟେ ସୁସ୍ଥଙ୍କ ସଂଖ୍ୟା ରାଜ୍ୟରେ ବଢ଼ି ଚାଲିଛି। ଯାହା ରାଜ୍ୟ ପାଇଁ ଏକ ଭଲ ଖବର। ରାଜ୍ୟରେ ଆଜି ୨୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ୬୯୩୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ଗଞ୍ଜାମ ଜିଲ୍ଲାରୁ ଆଜି ସର୍ବାଧିକ ୯୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସମ୍ଭବତଃ ଏହା ଗୋଟିଏ ଜିଲ୍ଲାରୁ ଦିନକରେ ସର୍ବାଧିକ ସୁସ୍ଥ ହୋଇଥିବା ଲୋକଙ୍କର ସଂଖ୍ୟା। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ଆଜି ୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ଏତଦ୍ବ୍ୟତୀତ ଗଜପତି ଜିଲ୍ଲାରୁ ୨୬ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୫ ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୨ ଜଣ, ଜଗତ୍ସିଂହପୁର ଜିଲ୍ଲାରୁ ୧୧ ଜଣ, ମୟୂରଭଂଜ ଜିଲ୍ଲାରୁ ୧୧ ଜଣ, ଯାଜପୁର ଜିଲ୍ଲାରୁ ୮ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୬ ଜଣ, କେନ୍ଦୁଝର ଜିଲ୍ଲାରୁ ୫ ଜଣ, କଟକ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୪ ଜଣ ଲେଖାଏଁ, ଭଦ୍ରକ ଓ ନୟାଗଡ଼ ଜିଲ୍ଲାରୁ ୩-୩ ଜଣ ଓ ବରଗଡ଼ ଜିଲ୍ଲାରୁ ଜଣେ କରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି।