Odisha Link
Bridging the Missing Links in Odisha

ଦେଶରେ ପ୍ରଥମ, ୨୦୨୧ ଯାଏଁ ଏହି ରାଜ୍ୟରେ ଲାଗୁ ରହିବ କୋଭିଡ କଟକଣା 

କେରଳ: ମହାମାରୀ କରୋନା ଭାଇରସ୍‌ ସଂକ୍ରମଣ ଦେଶରେ ଦିନକୁ ଦିନ ବଢ଼ି ଚାଲିଛି। ଏସବୁ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରାଜିଲ ପରେ ତୃତୀୟ ସର୍ବାଧିକ କୋରନା ଆକ୍ରାନ୍ତ ଭାରତରୁ ଚିହ୍ନଟ ହୋଇଛନ୍ତି। ଏହାକୁ ନଜରରେ ରଖି କେରଳ ସରକାର ବଡ଼ ଘୋଷଣା କରିଛନ୍ତି। କେରଳରେ ଜୁଲାଇ ୨୦୨୧ ଯାଏଁ ଲାଗୁ ରହିବ କୋଭିଡ କଟକଣା ନିୟମ। ଗତକାଲି ଏନେଇ କେରଳ ସରକାର ସୂଚନା ଦେଇଛନ୍ତି। ପ୍ରଥମ ରାଜ୍ୟ ଭାବେ କରୋନା ଗାଇଡଲାଇନ ଏକବର୍ଷ ଯାଏଁ ଜାରି ରଖିବାକୁ ନୋଟିସରେ କୁହାଯାଇଛି।

ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଏପରି ନିଷ୍ପତ୍ତି ନେଇଛନ୍ତି କେରଳ ସରକାର। ନିୟମ ଅନୁଯାୟୀ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ବାଧ୍ୟତାମୂଳକ କରାଯାଇଛି। ଯଦି କେହି ସର୍ବସାଧାରଣରେ ମାସ୍କ ନପିନ୍ଧିବେ ତେବେ ତାଙ୍କୁ ୧୦ ହଜାର ଟଙ୍କାର ଫାଇନ୍ ପଡିବ। ବିବାହ ସମାରୋହରେ ୫୦ ରୁ ଅଧିକ ଲୋକେ ସାମିଲ ହୋଇପାରିବେ ନାହିଁ। ଅନ୍ତିମ ସଂସ୍କାରରେ ୨୦ଜଣ ଲୋକେ ସାମିଲ ହେବା ପାଇଁ ଅନୁମତି ମିଳିବ।

ଏଥିସହିତ ସର୍ବସାଧାରଣରେ ଛେପ ପକାଇବା ଉପରେ ରୋକ୍ ଲଗାଇଛନ୍ତି ସରକାର। କେରଳକୁ ଆସୁଥିବା ଅନ୍ୟର ରାଜ୍ୟର ଲୋକେ ଅନଲାଇନରେ ପଞ୍ଜୀକରଣ କରିବେ। ଆଗାମୀ ବର୍ଷେ ପାଇଁ ଏହି ସମସ୍ତ ନିୟମ ଲାଗୁ କରିଛନ୍ତି କେରଳ ସରକାର।

କେନ୍ଦ୍ର ସ୍ବାସ୍ଥ୍ୟ ବଭାଗ ଓ୍ବେବସାଇଟ ତଥ୍ୟ ଅନୁଯାୟୀ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଟପିଥିବାବେଳେ ୩୧୭୪ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ୨୫ ଜଣଙ୍କ ଜୀବନ ନେଇଛି ମହାମାରୀ। ତେଣୁ ସ୍ଥିତିକୁ ଦେଖି କୋଭିଡ ଗାଇଡଲାଇନକୁ ଏକବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

Comments are closed.