Odisha Link
Bridging the Missing Links in Odisha

ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର: ବିଜେପି ନେତ୍ରୀ ତଥା ବ୍ରଜରାଜନଗରର ପୂର୍ବତନ ବିିଧାୟିକା ରାଧାରାଣୀ ପଣ୍ଡା ଅସୁସ୍ଥ। ସେ ଶନିବାର ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୀର୍ଘ ଦିନରୁ ସେ ଡାଇବେଟିସ୍‌ ଓ ଶ୍ୱାସ ଜନିତ ରୋଗରେ ପୀଡ଼ିତ ଅଛନ୍ତି।

ଶନିବାର ଦିନ ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସଂପର୍କୀୟ କହିଛନ୍ତି। ରାଧାରାଣୀଙ୍କ ଅସୁସ୍ଥତା ଖବର ପାଇ ସମର୍ଥକ ଓ ଶୁଭେଚ୍ଛୁ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ୨୦୧୪ରେ ବିଜେପି ଟିକେଟ୍‌ରେ ସେ ବ୍ରଜରାଜନଗରରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ରେ ସେ ପରାଜିତ ହୋଇଥିଲେ।

Comments are closed.