Odisha Link
Bridging the Missing Links in Odisha

ଅମିତାଭଙ୍କ ପରେ ଅଭିଷେକ ବଚ୍ଚନଙ୍କୁ କରୋନା

ନୂଆଦିଲ୍ଲୀ: ଭାରତୀୟ ସିନେମା ଜଗତର ସୁପ୍ରସିଦ୍ଧ ଅଭିନେତା ଅମିତାଭ ବଚ୍ଚନ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କ ପୁଅ ଅଭିଷେକ ବଚ୍ଚନ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଅଭିଷେକ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। ତାଙ୍କର ଓ ତାଙ୍କ ପିତାଙ୍କର କରୋନା ପରୀକ୍ଷଣ ରିପୋର୍ଟ ପିଜିଟିଭ ଆସିଥିବା ନେଇ ଅଭିଷେକ ନିଜେ ସୂଚନା ଦେଇଛନ୍ତି।

ଅଭିଷେକଙ୍କ ପୂର୍ବରୁ ଅମିତାଭ ବଚ୍ଚନ ନିଜେ ଟୁଇଟ କରି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଥିଲେ। ବିଗବିଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ପରିବାର ଓ ହସ୍ପିଟାଲ କର୍ମଚାରୀଙ୍କ ଟେଷ୍ଟ କରାଯାଇଛି। ସେମାନଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ଟ୍ୱିଟ୍ କରିଥିଲେ ଅମିତାଭ୍। ସେହିଭଳି ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଟେଷ୍ଟ ପାଇଁ ସେ ନିବେଦନ କରିଛନ୍ତି।

ଅମିତାଭ ଟ୍ୱିଟ୍‌ରେ ଲେଖିଥିଲେ, ମୁଁ କରୋନା ପଜିଟଭ୍ ଚିହ୍ନଟ ହୋଇଛି। ପରିବାର ଲୋକ, ଷ୍ଟାଫ ମାନଙ୍କର ପରୀକ୍ଷା କରାଯାଇଛି। ରେଜଲ୍ଟକୁ ଅପେକ୍ଷା କରାଯାଇଛି। ଯେଉଁମାନେ ମୋ ସଂସ୍ପର୍ଶରେ ଆସିଥିବେ ଦୟାକରି ନିଜ ନିଜର ପରୀକ୍ଷା କରାଇନିଅନ୍ତୁ।