Odisha Link
Bridging the Missing Links in Odisha

ସୁଶାନ୍ତଙ୍କ ମୃତ୍ୟୁର ୧ ମାସ ପରେ ମୁହଁ ଖୋଲିଲେ ଗାର୍ଲଫ୍ରେଣ୍ଡ ରେହା, କହିଲେ ସାରା ଜୀବନ…

ନୂଆଦିଲ୍ଲୀ: ଆଜିକୁ ଠିକ୍‌ ମାସକ ତଳେ ବଲିଉଡର ସାଇନିଂ ଷ୍ଟାର ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିଲେ। ସୁଶାନ୍ତଙ୍କ ମୃତ୍ୟୁ ଖବରରେ ସମସ୍ତେ ସ୍ବବ୍ଧ ହୋଇଯାଇଥିଲେ। ସୁଶାନ୍ତଙ୍କ ମୃତ୍ୟୁ ଖବର ଯେତିକି ତାଙ୍କ ପରିବାର, ଅଗଣିତ ଫ୍ୟାନ୍‌ଙ୍କୁ ବ୍ୟଥିତ କରିଛି ସେତିକି ମଧ୍ୟ ତାଙ୍କ କଥିତ ଗାର୍ଲଫ୍ରେଣ୍ଡ ରେହା ଚକ୍ରବର୍ତ୍ତୀଙ୍କୁ ମଧ୍ୟ ବ୍ୟଥିତ କରିଛି। ସୁଶାନ୍ତଙ୍କ ମୃତ୍ୟୁର ଏକ ମାସ ପରେ ସୁଶାନ୍ତଙ୍କ ଯିବାର ୧ ମାସ ପରେ ରେହା ଇନଷ୍ଟାଗ୍ରାମରେ ଏକ ଇମୋସନାଲ୍ ପୋଷ୍ଟ କରିଛନ୍ତି। ଏବଂ ଫଟୋ ଜରିଆରେ ସୁଶାନ୍ତଙ୍କୁ ହରାଇବାର ଦୁଃଖ ବଖାଣିଛନ୍ତି।

ସୁଶାନ୍ତଙ୍କ ସହିତ ଏକ ମସ୍ତିଭରା ୨ଟି ଫଟୋ ଶେୟାର କରି ରେହା ଲେଖିଛନ୍ତି ଯେ, ଏବେବି ମୁଁ ମୋର ଭାବନା ସହ ସଂଘର୍ଷ କରୁଛି। ତୁମେ ହିଁ ଥିଲ ଯିଏକି ମୋତେ ଭଲ ପାଇବା ଓ ତାର ଶକ୍ତିର ବିଶ୍ବାସ ଦେଇଥିଲ। ଏଥିସହିତ ଆହୁରି କିଛି ଲେଖିଛନ୍ତି ରେହା। ଦେଖନ୍ତୁ ତାଙ୍କୁ ଇନଷ୍ଟାଗ୍ରାମ ପୋଷ୍ଟ।

https://www.instagram.com/p/CCnBR95HAmO/?utm_source=ig_web_copy_link

Comments are closed.