କଟକ: ସୁନା ମାସ୍କ ପାଇଁ ଚର୍ଚ୍ଚାରେ ଆଲୋକ ମହାନ୍ତି

କଟକ: ସୁନାର ମାସ୍କ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି ଓଡ଼ିଆ ବ୍ୟବସାୟୀ। ତାଙ୍କ ଘର ସ୍ଥାନୀୟ ବକ୍ସିବଜାର ବେପାରୀ ସାହିରେ, ବୃତ୍ତିରେ ସେ ଜଣେ ବ୍ୟବସାୟୀ। ଏହି ବ୍ୟବସାୟୀଙ୍କ ନାମ ଆଲୋକ ମହାନ୍ତି।
ଆଲୋକଙ୍କର କଟକରେ ଆସବାବପତ୍ର ବ୍ୟବସାୟ ରହିଛି। ନିକଟରେ ପୁଣେସ୍ଥିତ ପିମ୍ପରି-ଚିଞ୍ଚୱାଡ୍ ଅଞ୍ଚଳର ଜଣେ ବ୍ୟକ୍ତି ସୁନାର ମାସ୍କ ତିଆରି କରି ପିନ୍ଧିବା ପରେ ଦେଶବ୍ୟାପୀ ଚର୍ଚ୍ଚା ହୋଇଥିଲା। ଏହି ମାସ୍କକୁ ଦେଖି ଆଲୋକ ମହାନ୍ତିଙ୍କର ମଧ୍ୟ ଏଭଳି ସୁନାର ମାସ୍କ ପିନ୍ଧିବାକୁ ଆଗ୍ରହ ଜନ୍ମିଲା।
ଆଲୋକ ସ୍ଥାନୀୟ ଜଣେ ସୁନା କାରିଗରଙ୍କୁ ଏହି ମାସ୍କ ତିଆରି କରିବାକୁ ଦେଇଥିଲେ। କଟକର କାରିଗର ଏହାକୁ ମୁମ୍ବାଇରେ ପ୍ରସ୍ତୁତ କରାଇ ଆଣିଛନ୍ତି। ମାସ୍କ ତିଆରି କରିବାକୁ ସୁନା କାରିଗରଙ୍କୁ ୨୨ଦିନ ଲାଗିଥିବା ବେଳେ ଏଥିପାଇଁ ପ୍ରାୟ ତିନି ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।
Comments are closed.