Odisha Link
Bridging the Missing Links in Odisha

କରୋନା: ୨୫ ଜିଲ୍ଲାରୁ ୫୯୧ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଚେନ୍‌ ରୋକିବାକୁ ଗତକାଲି ରାତି ୯ରୁ ୪ ଜିଲ୍ଲା ଓ ରାଉରକେଲାରେ ଜାରି ହୋଇଛି ଲକ୍‌ଡାଉନ୍। ଆଜି ରାଜ୍ୟର ୨୫ଟି ଜିଲ୍ଲାରୁ ୫୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୯୪ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରର ହୋଇଥିବା ବେଳେ ୧୯୭ ଜଣ ସ୍ଥାନୀୟ ବାସିନ୍ଦା। ଯାହାକି ରାଜ୍ୟ ସରକାରଙ୍କର ଚିନ୍ତାର କାରଣ ପାଲଟିଛି। ଗଞ୍ଜାମରୁ ସର୍ବାଧିକ ୧୮୨ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୁଳ ଜିଲ୍ଲାର ୧, ବାଲେଶ୍ୱରର ୧୩, ବରଗଡ଼ ଜିଲ୍ଲାର ୩୫, ଭଦ୍ରକ ଜିଲ୍ଲାର ୩, ବଲାଙ୍ଗୀର ଜିଲ୍ଲାର ୯, ବୌଦ୍ଧ ଜିଲ୍ଲାର ୫, କଟକ ଜିଲ୍ଲାର ୩୮, ଦେବଗଡ଼ ଜିଲ୍ଲାର ୩, ଢେଙ୍କାନାଳର ୯, ଜଗତସିଂହପୁର ଜିଲ୍ଲାର ୨୨, ଯାଜପୁର ଜିଲ୍ଲାର ୧୯, ଝାରସୁଗୁଡା ଜିଲ୍ଲାର ୫, କେନ୍ଦ୍ରାପଡା ଜିଲ୍ଲାର ୮, କେନ୍ଦୁଝର ଜିଲ୍ଲାର ୬, କୋରାପୁଟ ଜିଲ୍ଲାର ୪, ମାଲକାନଗିରି ଜିଲ୍ଲାରେ ୮, ମୟୁରଭଞ୍ଜ ଜିଲ୍ଲାର ୨୨, ନବରଙ୍ଗପୁର ଜିଲ୍ଲାର ୨୨, ନୟାଗଡ଼ ଜିଲ୍ଲାରେ ୧୧, ପୁରୀ ଜିଲ୍ଲାର ୬, ରାୟଗଡା ଜିଲ୍ଲା ରୁ ୧, ସମ୍ବଲପୁର ଜିଲ୍ଲାର ୨୦, ସୁନ୍ଦରଗଡ଼ର ୧୮ ଜଣ ଚିହ୍ନଟ ହୋଇଛନ୍ତି।

Comments are closed.