Odisha Link
Bridging the Missing Links in Odisha

ଅମରନାଥଙ୍କ ଦର୍ଶନ କଲେ ରାଜନାଥ ସିଂହ, ଉପରାଜ୍ୟପାଳ ଶ୍ରୀ ମୁର୍ମୁଙ୍କ ସହିତ କରିବେ ଆଲୋଚନା

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଆଜି ଅମରନାଥ ଯାତ୍ରାରେ ରାଜନାଥ। ସେଠାରେ ବାବା ବର୍ଫାନିଙ୍କୁ ଦର୍ଶନ କରିବା ସହିତ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିଛନ୍ତି। ଏହି ଗସ୍ତରେ ରାଜନାଥଙ୍କ ସହିତ ସିଡିଏସ୍‌ ବିପିନ୍‌ ରାଓ୍ବତ ଓ ସେନାଧ୍ୟକ୍ଷ ସାମିଲ ଅଛନ୍ତି। ଏହାପରେ ଉପ-ରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ସହ ସାକ୍ଷାତକାର କରିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ଏଲ୍‌ଏସି ଅଞ୍ଚଳକୁ ଗସ୍ତ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ରେ ମୋଦିଙ୍କ ଏଲ୍‌ଏସି ଅଞ୍ଚଳ ଗସ୍ତ କରିବା ପରେ ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ଲଦାଖ ଗସ୍ତ କରିଥିଲେ। ସେଠାରେ ଜବାନ ମାନଙ୍କ ମନୋବଳ ବଢ଼ାଇବା ସହିତ ଚୀନକୁ ଟାର୍ଗେଟ କରିଥିଲେ। ଶ୍ରୀ ସିଂହ କହିଥିଲେ ଯେ, ବିଶ୍ବର କୌଣସି ଦେଶ ଭାରତର ଇଞ୍ଚାଇ ଜମିକୁ କବଜା କରି ପାରିବ ନାହିଁ। ଯଦି କେହି ଭାରତର ଆତ୍ମ ସମ୍ମାନକୁ ଆଘାତ କରିବାକୁ ଚେଷ୍ଟା କରନ୍ତି, ତେବେ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀ ସିଂହ କହିଥିଲେ।

Comments are closed.