Odisha Link
Bridging the Missing Links in Odisha

ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ସଫା

ଜମ୍ମୁ କଶ୍ମୀର : ଆଜି ସକାଳୁ ସକାଳୁ ଜମ୍ମୁ କଶ୍ମୀରର ସୋପିଆନ ଜିଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଗୁଳିବିନିମୟରେ ଭାରତୀୟ ସୁରକ୍ଷା ବାହିନୀକୁ ମିଳିଛି ବଡ଼ ସଫଳତା। ସୁରକ୍ଷା ବାହିନୀ ଗୁଳିରେ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି।

କଶ୍ମୀର ଘାଟିରେ ଗତ ୨୪ ଘଣ୍ଟାରେ ଏହା ହେଉଛି ଦ୍ୱିତୀୟ ଏନ୍‌କାଉଣ୍ଟର। ୨୪ ଘଣ୍ଟା ମଧ୍ୟରେ କଶ୍ମୀର ଘାଟିରେ ୬ ଜଣ ଆତଙ୍କବାଦୀ ସଫା। ଏବେ ବି ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ଅନୁମାନ କରାଯାଉଛି। ପୁଲିସ, ସେନା ଓ ସିଆରପିଏଫ୍ ପକ୍ଷରୁ ମିଳିତ ଭାବେ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ସୂଚନାଥାଉକି, ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ କରିଥିଲେ। ଯାହାର ଜବାବରେ ସୁରକ୍ଷା ବାହିନୀ କରିଥିବା ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଥିଲେ।

Comments are closed.