Odisha Link
Bridging the Missing Links in Odisha

ଚଳିତ ବର୍ଷ ହେବନି ଟି-୨୦ ବିଶ୍ବକପ୍, ଆଇପିଏଲ ଆୟୋଜନକୁ ଗ୍ରିନ୍‌ ସିଗନାଲ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ପାଇଁ ଚଳିତବର୍ଷ ହେବ ନାହିଁ ୨୦୨୦ ଟି-୨୦ ବିଶ୍ବକପ୍। ଏନେଇ ଘୋଷଣା କରିଛି ଆଇସିସି।ଫଳରେ ଆଇପିଏଲ ଆୟାଜନକୁ ନେଇ ବିସିସିଆଇ ପାଇଁ ରାସ୍ତା ସଫା ହୋଇଗଲା।

ଆଇସିସି କହିଛି ପୁରୁଷ ଟି-୨୦ ବିଶ୍ଵ କପ୍‌ ଆସନ୍ତାବର୍ଷ ଅକ୍ଟୋବର-ନଭେମ୍ବରେ ଆୟୋଜିତ ହେବ। ଏହାର ଫାଇନାଲ ମ୍ୟାଚ୍ ନଭେମ୍ବର ୧୪ରେ ଖେଳାଯିବ। ଏହି ପରି ୨୦୨୨ ଟି-୨୦ ବିଶ୍ଵକପ୍ ଅକ୍ଟୋବର-ନଭେମ୍ବରରେ ଖେଳାଯିବ। ଫାଇନାଲ ମ୍ୟାଚ୍ ନଭେମ୍ଵର ୧୩ରେ ଖେଳାଯିବ। ଆଇସିସି ପୁରୁଷ ବିଶ୍ଵକପ ୨୦୨୩ ଅକ୍ଟୋବର-ନଭେମ୍ବରରେ ଆୟୋଜିତ ହେବ। ଏହାର ଫାଇନାଲ ମ୍ୟାଚ୍ ନଭେମ୍ବର ୨୬ରେ ଖେଳାଯିବ।

ଆଇସିସିର ସୋମବାର ଅନୁଷ୍ଠିତ ଟେଲି କନଫରେନ୍ସିଂ ବୈଠକରେ ଏହି ନିର୍ଣ୍ଣୟ ନେଇଛି। ଆଇସିସିର ଏହି ନିଷ୍ପତ୍ତି ପରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ପାଇଁ ବାଟ ଖୋଲିଛି।

ସୂଚନାଯୋଗ୍ୟ ଅଷ୍ଟ୍ରେଲିଆରେ ଚଳିତ ବର୍ଷ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ମଧ୍ୟରେ ଟି-୨୦ ବିଶ୍ଵକପ ହେବାର ଥିଲା। ଏହାକୁ ନେଇ ଆଇସିସି ବୋର୍ଡର ଜୁନ ୨୫ରେ ବୈଠକ  ବସିଥିଲା। କିନ୍ତୁ ଆୟୋଜନ ନେଇ ନିଷ୍ପତ୍ତି ଘୁଞ୍ଚାଇ ଦିଆଯାଇଥିଲା। ଆଇପିଏଲ ଆୟୋଜନ ନେଇ ଏବେ ସମ୍ଭାବନା ଆହୁରି ବଢି ଯାଇଛି।

 

Comments are closed.