ଜୁଲାଇ ୨୨ରୁ ୩୧ ଭିସୁଟ ବନ୍ଦ

ସମ୍ବଲପୁର: ମହାମାରୀ କରୋନା ଭାଇରସ୍ ସଂକ୍ରମଣ ପାଇଁ ଦିନକୁ ଦିନ ରଜ୍ୟରେ ବିଗୁଡ଼ୁଛି ସ୍ଥିତି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଆସନ୍ତା ୨୨ ତାରିଖ ଠାରୁ ଜୁଲାଇ ୩୧ ଯାଏଁ ବନ୍ଦ ରଖାଯାଇଛି। ଏ ନେଇ ସମ୍ବଲପୁର ଜିଲ୍ଲାପାଳ ଏକ ବିଜ୍ଞପ୍ତି ପ୍ରକାଶ କରି ଭିସୁଟକୁ ୧୦ ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶନାମାରେ ଜିଲ୍ଲାପାଳ କହିଛନ୍ତି, ଅବଧି ନସରିବା ଯାଏଁ ହୋମ କ୍ୱାରେଣ୍ଟାଇନରେ ଥିବା କର୍ମଚାରୀ ବାହାରି ପାରିବେ ନାହିଁ। ମୁଖ୍ୟ ଫାଟକକୁ ଛାଡ଼ି ଭିସୁଟର ସମସ୍ତ ଗେଟକୁ ବନ୍ଦ ନିର୍ଦ୍ଦେଶ ହୋଇଛି।
ଅପରପକ୍ଷେ, ଜୟପୁରସ୍ଥିତ କୋରାପୁଟ ହସ୍ପିଟାଲକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୪୮ ଘଣ୍ଟା ବନ୍ଦ ପାଇଁ ନିର୍ଦ୍ଦେଶ ହୋଇଛି। ଏଠାରେ ୨ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଆଗାମୀ ୨ ଦିନ ଯାଏଁ ହସ୍ପିଟାଲକୁ ନୂଆ ରୋଗୀ ଆସିପାରିବେ ନାହିଁ। ଆଡମିଶନ ହୋଇଥିବା ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଦେଖି ଡିସଚାର୍ଜ କରିବା ପାଇଁ ନିର୍ଦ୍ଦେଶ ହୋଇଛି।