Odisha Link
Bridging the Missing Links in Odisha

ଆଦିତ୍ୟ ମୃତ୍ୟୁ ମାମଲା: ଡାଏରୀରେ ଲେଖାଥିବା ହ୍ୟାଣ୍ଡରାଇଟିଂ କାହାର, ଆସିଲା ରିପୋର୍ଟ

ଭୁବନେଶ୍ବର: ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ଶ୍ରୀ ଦାସଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ଏଯାଏଁ ସ୍ପଷ୍ଟ ହୋଇ ନାହିଁ। ତାର ତଦନ୍ତ ଚାଲିଛି। ଏସବୁ ମଧ୍ୟରେ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ଜିଆରପି ପୋଲିସକୁ ଆଜି ଆଉ ଏକ ନୂଆ ତଥ୍ୟ ମିଳିଛି।

ଆଦିତ୍ୟଙ୍କ ଡାଏରୀରେ ଥିବା ଡ଼େଥ ନୋଟ ହ୍ୟାଣ୍ଡରାଇଟିଂ ଆଦିତ୍ୟଙ୍କର ହୋଇଥିବା ସ୍ପଷ୍ଟ ହୋଇଛି। ହ୍ୟାଣ୍ଡରାଇଟିଂ ବ୍ୟୁରୋରୁ ଏହା ସ୍ପଷ୍ଟ ହୋଇଛି। ସେ ନିଜେ ମୃତ୍ୟୁ ପୂର୍ବରୁ ଏହା ଲେଖିଥିଲେ। ଏନେଇ ଜିଆରପି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ସେହିପରି ପୂର୍ବରୁ ମଧ୍ୟ ଟେସନ ରୋଡ଼ରେ ଆଦିତ୍ୟ ଏକା ଏକା ଚାଲିକି ଯାଉଥିବାର ସିସିଟିଭି ଫୁଟେଜ ପୋଲିସ ହାତରେ ଲାଗିଥିଲା। ଗତକାଲି ଆଦିତ୍ୟଙ୍କ ମୃତ୍ୟୁ ମାମଲାକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଥିଲେ।

 ସମାଜସେବୀ ଆଦିତ୍ୟ ସୁନ୍ଦରଙ୍କ ମୃତଦେହ ଗତ ୭ତାରିଖ ଦିନ ଭୁବନେଶ୍ୱରର ଲିଙ୍ଗରାଜ ଟେମ୍ପୁଲ ରୋଡ଼ ଷ୍ଟେସନରୁ ମିଳିଥିଲା। ଏଥିସହିତ ମୃତ୍ୟୁର କିଛି ଦିନ ପୂର୍ବରୁ ସେ ଡ଼ିପ୍ରେସନରେ ରହୁଥିବା ଜଣାପଡ଼ିଥିଲା । ସେ ପିପୁଲ ଫର ସେବା ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର ସଂସ୍ଥାପକ ମଧ୍ୟ ଥିଲେ।

Comments are closed.