୧୦ ଦିନ ଧରି ନିଖୋଜ ଥିଲା ନାବାଳିକା, ଅଖାରୁ ଗଳିତ ମୃତ ଦେହ ଉଦ୍ଧାର

ନୟାଗଡ଼: ନୟାଗଡ଼ ସଦର ଥାନା ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଯଦୁପୁର ଗଁ।ରରେ ହତ୍ୟା। ଦୀର୍ଘ ୧୦ ଦିନ ଧରି ନିଖୋଜ ଥିବା ଜଣେ ୫ବର୍ଷର ନାବାଳିକାର ଗଳିତ ମୃତଦେହ ଉଦ୍ଧାର। ମୃତ ଶରୀରଟି ବସ୍ତାରେ ବନ୍ଧା ହୋଇଥିବା ଅବସ୍ଥାରେ ଏକ ଗାଡ଼ିଆ ନିକଟରୁ ମିଳିଛି।
ଗତ ୧୪ ତାରିଖ ଦିନ ଯଦୁପୁର ଗଁ।ର ଅଶୋକ ସାହୁଙ୍କ ୫ବର୍ଷର ନାବାଳିକା ଝିଅ ଘର ଆଗରେ ଖେଳୁଥିବା ସମୟରେ ହଠାତ୍ କେଉଆଡେ ନିଖୋଜ ହୋଇଯାଇଥିଲା। ଏହାପରେ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ। ହେଲେ କୌଣସି ସୁଫଳ ମିଳିନଥିଲା। ପରେ ଅଶୋକ ନୟାଗଡ଼ ସଦର ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଟିମ୍ ଗଠନ କରି ତଦନ୍ତ କରିବା ସହ ଡଗ୍ ସ୍କ୍ବାର୍ଡ ଆଣି ଖୋଳତାଡ କରିଥିଲା । ଏଥିରେ ମଧ୍ୟ କିଛି ସୁଫଳ ମିଳିନଥିଲା। ଏପରିକି ନାବାଳିକା ଜଣକ ନିଖୋଜ ଥିବା ଖବର ସୋଶିଆଲ ମିଡିଆରେ ଘୁରିବୁଲୁଥିଲା। ଗତକାଲି ଅପରାହ୍ନରେ ଅଶୋକ ଘର ବାଡିପଟ ନିକଟରେ ଥିବା ଗାଡିଆ ନିକଟକୁ ପରିଶ୍ରା କରିବାକୁ ଯାଇଥିବା ସମୟରେ ଗନ୍ଧ ବାରିବା ସହ ଏକ ବସ୍ତା ପଡିଥିବା ଦେଖିବାକୁ ପାଇଥିଲେ । ସେ ବସ୍ତା ଖୋଲିବା ପରେ ଝିଅର ଖଣ୍ଡ ବିଖଣ୍ଡିତ ଗଳିତ ମୃତଦେହ ଦେଖି ପୁଲିସ୍କୁ ଖବର ଦେଇଥିଲେ।
ସେହି ସ୍ଥାନକୁ ଦୁଇଦିନ ତଳେ ଡଗ୍ ସ୍କ୍ବାର୍ଡ ଆସି ଫେରିଥିବାରୁ ଦୁର୍ବୃତମାନେ ଝିଅକୁ ଅନ୍ୟ ଯାଗାରେ ହତ୍ୟା କରି ପରେ ଏଠାରେ ଫିଙ୍ଗି ଦେଇଥିବା ଅଶୋକ ଅଭିଯୋଗ କରିଛନ୍ତି। ଗଁ।ର କିଛି ଲୋକଙ୍କ ସହ ତାଙ୍କର ଶତୃତା ଥିଲା ସେହିମାନେ ହିଁ ଏହି କାଣ୍ଡ କରିଥିବା ସେ ଅଭିଯୋଗ କରିଛନ୍ତି। ଦୋଷୀମାନଙ୍କୁ ପୋଲିସ ଧରି ଉପଯୁକ୍ତ ଦଣ୍ଡ ଦେଉ ବୋଲି ସେ ଦାବି କରିଛନ୍ତି। ଝିଅଟିକୁ ଦୁଷ୍କର୍ମ କରି ପରେ ହତ୍ୟା କରି କେମିକାଲ୍ ଗୋଳାଇ ବସ୍ତାରେ ବାନ୍ଧି ଫିଙ୍ଗାଯାଇଥିବା ଗ୍ରାମବାସୀ ଅନୁମାନ କରୁଛନ୍ତି।
Comments are closed.