ଅନ୍ଲାଇନ୍ ହାସ୍ୟକବି ସମ୍ମିଳନୀ: ଜ୍ଞାନ ହୋତାଙ୍କ ସମେତ ୨୦ରୁ ଅଧିକ କବି ସାମିଲ

ଭୁବନେଶ୍ବର: ଓଡ଼ିଆ ବ୍ୟଙ୍ଗକାରମାନଙ୍କର ନିରନ୍ତର ସାଧନା ବଳରେ ହାସ୍ୟବ୍ୟଙ୍ଗ ସାହିତ୍ୟ ଅଶ୍ଲୀଳତାର ଅପବାଦରୁ ମୁକ୍ତ ହୋଇଛି ବୋଲି ଅନ୍ଲାଇନ୍ ହାସ୍ୟକବି ସମ୍ମିଳନୀରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି। ଆଜି ସଂଧ୍ୟାରେ ‘ଓଡ଼ିଆ ହାସ୍ୟକବି ସମ୍ମିଳନୀ’ ଆନୁକୂଲ୍ୟରେଆୟୋଜିତ ଦ୍ବିତୀୟ ଅନ୍ଲାଇନ୍ ହାସ୍ୟ କବିତା ଆସରକୁ ଉଦ୍ଘାଟନ କରିଥିଲେ ରାଜ୍ୟର ଜଣାଶୁଣା ବ୍ୟଙ୍ଗ କବି ଜ୍ଞାନ ହୋତା।
ଅନୁଷ୍ଠାନର ସଂଯୋଜକ ଡଃ କୁଳାଙ୍ଗାରଙ୍କ ପୈାରହିତ୍ୟରେ ଆୟୋଜିତ ଏହିକାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ ଜ୍ଞାନ ହୋତା। ବିପତ୍ତି କାଳରେ ଏପରି କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଥିଲେ। ହାସ୍ୟବ୍ୟଙ୍ଗ ସାହିତ୍ୟ କେବେ ବି ଅଶ୍ଲୀଳ ନଥିଲାଏବଂ ନିରନ୍ତର ପ୍ରୟାସ ଅଶ୍ଲୀଳତାର ଅପବାଦରୁ ମୁକ୍ତ ହୋଇଛି ବୋଲି ଉଦ୍ଘାଟକ କହିଥିଲେ। ଏବେ ବ୍ୟଙ୍ଗକାରମାନେ ତାରକା ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ହାସ୍ୟକବି ଶ୍ରୀଯୁକ୍ତ ସତ୍ୟାନାଶ ହାସ୍ୟବ୍ୟଙ୍ଗକାରମାନଙ୍କର ସଙ୍ଗଠନର ଆବଶ୍ୟକତା ସମ୍ପର୍କରେ ଗୁରୁତ୍ବାରୋପ କରିଥିଲେ। ଅନ୍ୟତମ ଅତିଥି ବିଶିଷ୍ଟ ହିନ୍ଦୀ ହାସ୍ୟକବି ରାମକିଶୋର ଶର୍ମା ଏହି କାର୍ଯ୍ୟକ୍ରମକୁ ଐତିହାସିକ ବିବେଚନା କରିବା ସହିତ ଏଥିରେ ଯୋଗ ଦେଇଥିବା ଯୁବକବିଙ୍କୁ ସ୍ବାଗତ ଜଣାଇଥିଲେ।
ଉଦ୍ଘାଟନୀ ଉତ୍ସବ ପରେ ଆୟୋଜିତ ହାସ୍ୟକବି ସମ୍ମିଳନୀରେ କବିମାନେ ନିଜର ହାସ୍ୟବ୍ୟଙ୍ଗ କବିତାରେ ସାମ୍ପ୍ରତିକ କରୋନା ଜନିତ ସାମାଜିକ, ରାଜନୈତିକ ଓ ପାରିବାରକ ଅବସ୍ଥାକୁ ଉପସ୍ଥାପନ କରାଇଥିଲେ। ଡଃ କୁଳାଙ୍ଗାରଙ୍କ ସଂଯୋଜନାରେ ଆୟୋଜିତ ଏହି ଆସରରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ କବି ସର୍ବଶ୍ରୀ ଅବାଗିଆ, ରବୀନ୍ଦ୍ର ରାଉତ, ଗୋପୀନାଥ ମଲ୍ଲିକ, ପ୍ରବୀଣ ସୁବୁଦ୍ଧି, ରାଜେଶ କୁମାର ଶତପଥି, ଜ୍ଞାନରଞ୍ଜନ ପ୍ରଧାନ, ସଞ୍ଜୟ ସାହୁ, ସୂର୍ଯ୍ୟନାରାୟଣ ମିଶ୍ର, ଶ୍ରୀଯୁକ୍ତ ସତ୍ୟାନାଶ, ଗିରୀଶ ରଞ୍ଜନ, ସନାତନ କଟ, ଜଗନ୍ନାଥ ଚୈାଧୁରୀ, ସନ୍ତୋଷ କୁମାର ସାହୁ, ସୁଜିତ ଶତପଥି, ଜଗଦୀଶ ସାହୁ ଓ ଅଲେଖ ପ୍ରସାଦ ମହାରଣା ପ୍ରମୁଖ କବିତା ପାଠ କରିଥିଲେ। ଶେଷରେ ଶାରଦା ପ୍ରସାଦ ମହାପାତ୍ର ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.