କରୋନା: ୨୮ ଜିଲ୍ଲାରୁ ୧୫୦୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ରାଜ୍ୟରେ ଆଜି ୨୮ଟି ଜିଲ୍ଲାରୁ ୧୫୦୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬,୮୯୨ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୦୦୨ ଜଣ କ୍ବାରାଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୫୦୧ ଜଣ ସ୍ଥାନୀୟ ବାସିନ୍ଦା। ରାଜ୍ୟରେ ଦିନକୁ ଦିନ ସ୍ଥାନୀୟ ବାସିନ୍ଦା କରୋନା ସଂକ୍ରମିତ ହେଉଛନ୍ତି। ଯାହାକୁ ନେଇ ରାଜ୍ୟ ସରକାର ଚିନ୍ତାରେ। ସବୁଦିନ ପରି ଆଜି ମଧ୍ୟ ଗଞ୍ଜାମରୁ ସର୍ବାଧିକ ୪୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଅନୁଗୁଳରୁ-୧, ବାଲେଶ୍ବରରୁ ୧୯, ବରଗଡ଼ରୁ ୨୩, ଭଦ୍ରକରୁ ୨୫, ବଲାଙ୍ଗୀରରୁ ୨୧, ବୌଦ୍ଧରୁ ୧, କଟକରୁ ୧୩୬, ଢେଙ୍କାନାଳରୁ ୩୨, ଗଜପତିରୁ ୭୩, ଜଗତସିଂହପୁରରୁ ୬, ଯାଜପୁରରୁ ୫୧, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୧୦, କନ୍ଧମାଳରୁ ୭୩, କେନ୍ଦ୍ରାପଡ଼ାରୁ ୯, କେନ୍ଦୁଝରରୁ ୪୩, ଖୋର୍ଦ୍ଧାରୁ ୨୨୩, କୋରାପୁଟରୁ ୩୪, ମାଲକାନଗିରିରୁ ୩୪, ମୟୂରଭଞ୍ଜ ୨୮, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୮, ପୁରୀରୁ ୪, ରାୟଗଡ଼ାରୁ ୬୮, ସମ୍ବଲପୁରରୁ ୧୭, ସୋନପୁରରୁ ୪, ସୁନ୍ଦରଗଡ଼ରୁ ୭୪ ଜଣ ଲେଖାଏଁ କରୋନ ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Covid-19 Report For 26th July
New Positive Cases: 1503
In Quarantine: 1002
Local Contacts: 501(Details of local contacts will be shared by concerned District Administration)
District Wise Cases
1. Angul: 1
2. Balasore: 19
3. Bargarh: 23
4. Bhadrak: 25
5. Balangir: 21— I & PR Department, Odisha (@IPR_Odisha) July 27, 2020
Comments are closed.